ନୂଆଦିଲ୍ଲୀ: କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦେଶରେ ମେ 31 ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । ମାତ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏପଟେ ଲକଡାଉନ କାରଣରୁ ବହୁ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଚିରେ ରଖି କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ମାତ୍ର କିଛି ରାଜ୍ୟ ନିଜ ରାଜ୍ୟରେ ଏହି ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇନଥିଲେ । ଯାହାକୁ ନେଇ ବର୍ତ୍ତମାନ ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ସଂପୃକ୍ତ ରାଜ୍ୟଗୁଡିକର ଅନୁମତି ଆବଶ୍ୟକ ନାହିଁ ବୋଲି ରେଳୱେ କହିଛି ।
'ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଚଳାଚଳ ପାଇଁ ରାଜ୍ୟର ଅନୁମତି ଆବଶ୍ୟକ ନାହିଁ '
ଲକଡାଉନ କାରଣରୁ ବହୁ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଚିରେ ରଖି କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ମାତ୍ର କିଛି ରାଜ୍ୟ ନିଜ ରାଜ୍ୟରେ ଏହି ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇନଥିଲେ । ଯାହାକୁ ନେଇ ବର୍ତ୍ତମାନ ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ସଂପୃକ୍ତ ରାଜ୍ୟଗୁଡିକର ଅନୁମତି ଆବଶ୍ୟକ ନାହିଁ ବୋଲି ରେଳୱେ କହିଛି ।
ତେବେ ଗୃହ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଚାଲିଥିବା ଟ୍ରେନ ଗୁଡିକରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଜାରି କରିଛନ୍ତି। ରେଳୱେ ମୁଖପାତ୍ର ରାଜେଶ ବାଜପେଇ କହିଛନ୍ତି ଯେ, ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଇବା ପାଇଁ ସେହି ରାଜ୍ୟଗୁଡିକର ଅନୁମତି ଦରକାର ନାହିଁ ଯେଉଁଠାରେ ଯାତ୍ରା ସମାପ୍ତ ହେଉଛି । ସେ କହିଛନ୍ତି, ନୂଆ ଏସଓପି ପରେ ଟ୍ରେନ୍ ଚଳାଚଳ କରିବାକୁ ଥିବା ରାଜ୍ୟର ଅନୁମତି ଆଣିବା ଆବଶ୍ୟକ ନାହିଁ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ ଯେ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡ ଏହି ଟ୍ରେନକୁ ଅନୁମୋଦନ କରିବାରେ ପଛରେ ଅଛନ୍ତି। ପ୍ରକାଶ ଥାଉକି, ଗତ ମେ 1ରୁ ରେଳୱେର 1565 ପ୍ରବାସୀ ଶ୍ରମିକ ଟ୍ରେନ୍ ଚଳାଚଳ କରିଛି । ଯେଉଁଥିରେ 20 ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଯାଇଛି ।