ନୂଆଦିଲ୍ଲୀ: କୋରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା 3 ହଜାରରୁ ଉର୍ଦ୍ଧ୍ବ ଟପିଲାଣି। ଏହି ମହାମାରୀକୁ ରୋକିବାକୁ ସମସ୍ତେ କଳେବଳେ କୌଶଳେ ଲାଗିପଡିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଫୁଲ ଦମରେ ଉଦ୍ୟମ କରୁଛି। ଏନେଇ ଯୁବପୀଢିଙ୍କ ଡିମାଣ୍ଡରେ ଥିବା ସୋସିଆଲ ନେଟୱାର୍କିଂ ସାଇଟ୍ ଟିକ୍ ଟକ୍ ରେ ଯୋଗ ଦେଇଛି ଡବ୍ଲ୍ୟୁଏଚ୍ଓ।
କୋରୋନା ଆତଙ୍କ, ଟିକ୍ ଟକ୍ରେ ସଚେତନ କରୁଛି WHO
କୋରୋନା ଭାଇରସକୁ ନେଇ ଟିକ୍ ଟକ୍ ରେ ଅନେକ ଅପପ୍ରଚାର କରାଯାଉଛି। ତେବେ ଲୋକଙ୍କ ମନରୁ ଏହି ଭୟ ଦୂରେଇବା ସହ ସଚେତନା ସୃଷ୍ଟି ପାଇଁ ଟିକ୍ ଟକ୍ ରେ ସାମିଲ ହେଲା WHO (ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ) । ଅଧିକ ଖବର ପଢନ୍ତୁ...
ତେବେ ସଙ୍ଗଠନର ପ୍ରଥମ ଭିଡିଓ ଥିଲା କିପରି ଏହି ଭାଇରସରୁ ନିଜକୁ ସୁରକ୍ଷା ଦେବା ଓ ପରିଷ୍କାର ରହିବା। ଏହାସହ କୋଭିଡ୍-19 ଭାଇରସରୁ ସିଧାସଳଖ ବର୍ତ୍ତିବା ପାଇଁ ମୁହଁରେ ମାସ୍କ ବ୍ୟବହାର କରିବା ଜରୁରୀ। ଏହି ଭିଡିଓ କ୍ଲିପ କୌଣସି ଡ୍ୟାନ୍ସ ଟ୍ବିଟୋରିଆଲ୍ସ ଓ ରାଜନୀତିକ କମେଣ୍ଟ୍ରି ପାଇଁ ଆସିବାକୁ ଚାହୁଁନି ବରଂ ଲୋକଙ୍କୁ ସଚେତନ କରାଇବାକୁ ଅଣ୍ଟା ଭିଡିଛି।
ପ୍ରଥମ ଭିଡିଓଟି 6.5 ମିଲିୟନ ଭ୍ୟୁ ଯାଇଥିବା ବେଳେ ଦ୍ୱିତୀୟଟି 2,52,000 ଭିୟ୍ୟୁ ଯାଇଥିଲା। ଡବ୍ଲ୍ୟୁଏଚ୍ଓର କହିବା ଅନୁସାରେ ଆମ ପୂର୍ବରୁ ରେଡ୍ କ୍ରସ ଓ ୟୁନିସେଫ୍ ମଧ୍ୟ ଟିକ୍ ଟକ୍ ରେ ସାମିଲ ହୋଇଛି। ଭାଇରସକୁ ନେଇ ଯେଉଁ ସବୁ ମିଥ୍ୟା ତଥ୍ୟ ପରିବେଶଣ କରାଯାଉଛି ତାହାକୁ ବିଶ୍ବାସ ନକରିବାକୁ ଟିକ୍ ଟକ୍ ରେ ହାଜ୍ ଟ୍ୟାଗ୍ କୋରୋନା ଭାଇରସ ଦିଆଯାଇଛି।