ମୁ୍ମ୍ବାଇ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ପାର କରିଥିବା ବେଳେ କେବଳ ମୁମ୍ବାଇରେ 1018 ଆକ୍ରାନ୍ତ ରହିଛନ୍ତି । ଏଥିସହ ମହାରାଷ୍ଟ୍ରରେ 64 ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଲାଣି । ଏପଟେ ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜ ଫେରନ୍ତା 60 ତବଲୀଗ୍ ଜମାତ୍ ସରକାରଙ୍କୁ ସୂଚନା ଦେଇନଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି ।
60 ନିଖୋଜ ନିଜାମୁଦ୍ଦିନ ମର୍କାଜ ଫେରନ୍ତାଙ୍କୁ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଚେତାବନୀ - ମହାରାଷ୍ଟ୍ର କୋରୋନା ନ୍ୟୁଜ
60 ତବଲିଗୀ ଜମାତ୍ ଦିଲ୍ଲୀ ନିଜାମୁଦ୍ଦୀନ ମର୍କାଜରୁ ଫେରି ସରକାରଙ୍କୁ ସୂଚନା ନଦେବା ସହ ନିଜ ନିଜ ମୋବାଇଲ ମଧ୍ୟ ବନ୍ଦ କରି ଲୁଚିଛନ୍ତି । ସୂଚନା ଦେଇ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଅଧିକ ପଢନ୍ତୁ...
ନିଖୋଜ ନିଜାମୁଦ୍ଦୀନ ମକକଜ ଫେରନ୍ତାଙ୍କୁ ଚେତାବନୀ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ
ଏଥିସହ ସେ କହିଛନ୍ତି, ଉକ୍ତ 60 ଜଣ ଲୋକଙ୍କ ଫୋନ ସ୍ବିଚଅଫ୍ ଆସୁଛି । ଏହାଛଡା ମନ୍ତ୍ରୀ ଦେଶମୁଖ କହିଛନ୍ତି, ଉକ୍ତ 60 ଜଣଙ୍କୁ ସୂଚନା ଦିଆଯାଉଛି ଯେ, ସେମାନେ ସେମାନଙ୍କର ନିକଟସ୍ଥ ପୋଲିସ ଷ୍ଟେସନରେ ସୂଚନା ଦେବା ପରେ କ୍ବାରେଣ୍ଟିନରେ ରୁହନ୍ତୁ । ଯଦି ସେମାନେ ଏପରି ନକରୁଛନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଅନିଲ ଦେଶମୁଖ ଚେତାବନୀ ଦେଇଛନ୍ତି ।