ମୁମ୍ବାଇ: ଦେଶବ୍ୟାପୀ ଲକଡାଉନ ବଳବତ୍ତର ରହିଛି। ଏହି ସମୟରେ ଘରୋଇ ହିଂସା ବଢିବାରେ ଲାଗିଛି। ତେବେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ ମହିଳାଙ୍କ ସୁରକ୍ଷା ପାଇଁ ସମଗ୍ର ଭାରତରେ ସରକାରଙ୍କ ପକ୍ଷରୁ 50ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
ଦେଶର ଯେ କୌଣସି ସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଘରୋଇ ନିର୍ଯାତନାର ଅଭିଯୋଗ ଆଣିବା ପାଇଁ ସମସ୍ତେ ଏହି ହେଲ୍ପଲାଇନର ବ୍ୟବହାର କରିପାରିବେ।
ସୂଚନା ଥାଉକି, ଦେଶର ବିଭିନ୍ନ ସ୍ଥାନରେ 52 ଟି ହେଲ୍ପଲାଇନ ନମ୍ବର ଆରମ୍ଭ ହୋଇଛି। ଏଥିମଥଧ୍ୟରୁ କେତୋଟି ହେଲ୍ପ ଲାଇନ ନମ୍ବର ଜାତୀୟ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବେଳେ ଅନ୍ୟ ଗୁଡିକ ନିର୍ଦ୍ଦିଷ୍ଟ ରାଜ୍ୟ ଓ ଜିଲ୍ଲା ମାନଙ୍କରେ କାର୍ଯ୍ୟକାରୀ ହେଉଛି ବୋଲି ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।
ଏହାସହ ମହିଳାମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ପୋଲିସ, ମହିଳା କଲ୍ୟାଣ ବିଭାଗ ଏବଂ ଏନଜିଓ ଦ୍ୱାରା ଏହି ହେଲ୍ପଲାଇନଗୁଡ଼ିକ ପରିଚାଳିତ ହେଉଛି ବୋଲି ଅଧିକାରୀ କହିଛନ୍ତି। ଘରୋଇ ଅତ୍ୟାଚାର ଜାତୀୟ ହେଲ୍ପଲାଇନ ନମ୍ବର 181 ଥିବାବେଳେ ମହିଳା ପୋଲିସର ହେଲ୍ପଲାଇନ ନମ୍ବର 1091 ଏବଂ 1291 ଅଟେ।
ତେବେ ଲକଡାଉନ ସମୟରେ ଅନେକ ସ୍ଥାନରୁ ପାରିବାରିକ ହିଂସା ମାମଲା ସାମ୍ମାନାକୁ ଆସିଛି ଏବଂ ଏଭଳି ଘଟଣାର ଯାଞ୍ଚ କରିବା ପାଇଁ ପୋଲିସ ସତର୍କତା ଅବଲମ୍ବନ କରିଛି ବୋଲି ଖବର ଦିଆଯାଇଛି।