ଓଡିଶା

odisha

ETV Bharat / bharat

କୋରୋନା ଡର: ଦେଖନ୍ତୁ କେମିତି ଚାଲିଛି ସାମଗ୍ରୀ କିଣା - କୋରୋନା ଭାଇରସ୍ ଅପଡେଟ

ବୁଧବାର ଲକଡାଉନ ଥିବାରୁ ଦିଲ୍ଲୀ ସମେତ ନୋଏଡା, ପୁଣେ ଏବଂ ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଲୋକେ ଆବଶ୍ୟକୀୟ ସାମଗ୍ରୀ ନେବାପାଇଁ ଦୋକାନରେ ପହଞ୍ଚିଥିଲେ । ଏହା ମଧ୍ୟରେ ସୋସିଆଲ ଡିଷ୍ଟାସିଙ୍ଗକୁ ବଜାୟ ରଖିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି ।

coronavirus updates
ଲକ ଡାଉନରେ ଲୋକେ ଏପରି କିଣୁଛନ୍ତି ସାମଗ୍ରୀ

By

Published : Mar 25, 2020, 3:00 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ରୋକିବା ପାଇଁ ସମଗ୍ର ଦେଶରେ 21 ଦିନ ଲକ ଡାଉନ ଲାଗୁ ହୋଇଛି । ତେଣୁ ଘରୁ ବାହାରକୁ ନ ଆସିବା ପାଇଁ କେନ୍ଦ୍ର ସରକାର ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ତେବେ ଏହି 21 ଦିନ ଲକ ଡାଉନ ମଧ୍ୟରେ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବୁଧବାର ଲକଡାଉନ ଥିବାରୁ ଦିଲ୍ଲୀ ସମେତ ନୋଏଡା, ପୁଣେ ଏବଂ ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଲୋକେ ଆବଶ୍ୟକୀୟ ସାମଗ୍ରୀ ନେବା ପାଇଁ ଦୋକାନରେ ପହଞ୍ଚିଥିଲେ । ଏହା ମଧ୍ୟରେ ସୋସିଆଲ ଡିଷ୍ଟାସିଙ୍ଗକୁ ବଜାୟ ରଖିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି ।

କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଲକଡାଉନ ଥିବାକୁ କିଛି ଲୋକ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଦୋକାନରେ ପହଞ୍ଚିଥିଲେ । ସେଠାରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନ ବାହାରେ 1 ମିଟର ଦୂରରେ ଧଳା ରଙ୍ଗର ଗୋଲ ଟାଣିଥିଲେ । ଫଳରେ ଲୋକମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିବେ ।

ପ୍ରକାଶ ଥାଉକି, ସମଗ୍ର ଭାରତରେ ବର୍ତ୍ତମାନ ସୁଦ୍ଧା 536 ଜଣ କୋରୋନା ଆକ୍ରାନ୍ତ ହୋଇଥିବାବେଳେ 9 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ 40 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଥାଉକି, ଦେଶରେ କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାରା ଦେଶକୁ 21 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ABOUT THE AUTHOR

...view details