ଓଡିଶା

odisha

By

Published : Mar 5, 2020, 4:50 PM IST

ETV Bharat / bharat

କୋରୋନା ଆତଙ୍କ: 'ଖୁବଶୀଘ୍ର ସ୍ବଦେଶ ଫେରିବେ ଇରାନରେ ଫସିଥିବା ଭାରତୀୟ'

ଇରାନରେ କରୋନା ଭାଇରସରେ ପ୍ରଭାବିତ ସହରରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସରକାର ଇରାନ ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରୁଥିବା ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

s jaishankar
ଏସ ଜୟଶଙ୍କର

ନୂଆଦିଲ୍ଲୀ: କୋରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଥିବା ବିଶ୍ବର ଦ୍ବିତୀୟ ଦେଶ ପାଲଟିଛି ଇରାନ । ସେଠାରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା 90 ଟପିଲାଣି । ସେପଟେ ଇରାନରେ କରୋନା ଭାଇରସରେ ପ୍ରଭାବିତ ସହରରେ ଫସି ରହିଛନ୍ତି କେତେକ ଭାରତୀୟ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଇରାନ ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରୁଥିବା ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି ।

ଏନେଇ ଜୟଶଙ୍କର ଟ୍ବିଟ କରି କହିଛନ୍ତି, 'ଇରାନରେ ଫସିରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗୁରୁବାର ଭାରତୀୟ ମେଡିକାଲ ଟିମ୍‌ ଇରାନ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା କ୍ବୋମରେ ପ୍ରଥମ କ୍ଲିନିକ ସ୍ଥାପିତ ହେବ ବୋଲି ଆଶା ରଖାଯାଇଛି । ଏହାପରେ ତୁରନ୍ତ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । କୋରୋନା ଭାଇରସରେ ସଂକ୍ରମିତ ନଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇରାନ ଅଧିକାରୀଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରାଯାଉଛି ।'

ଏହା ସହିତ ଜୟଶଙ୍କର ସେମାନଙ୍କ ପରିବାରକୁ ସରକାରଙ୍କ ଉପରେ ବିଶ୍ବାସ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ମନ୍ତ୍ରୀମାନଙ୍କର ଏକ ଟିମ୍‌ ଲଗାତାର ଏହି ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ପରିବାରର ଦୁଃଖକୁ ବୁଝିପାରୁଥିବା କହିଛନ୍ତି ଜୟଶଙ୍କର ।

@ANI

ABOUT THE AUTHOR

...view details