ନୂଆଦିଲ୍ଲୀ: କୋଭିଡ୍-19 ସଂକ୍ରମଣକୁ ରୋକିଵା ପାଇଁ ବିଶ୍ଵସମୁଦାୟର ଡାକ୍ତର ଗବେଷଣା ଚଳାଇଛନ୍ତି। ଯଦିଓ କେତେକ ଦେଶ ଏହି ମହାମାରୀକୁ ରୋକିବା କ୍ଷେତ୍ରରେ ଭ୍ୟାକସିନ୍ ବାହାର କରୁଛନ୍ତି ବୋଲି କହୁଛନ୍ତି, ଏହା ସଠିକ୍ ଭାବେ ଫଳପ୍ରଦ ହୋଇ ପାରିନାହିଁ। ତେଵେ ଏଭଳି ସମୟରେ କୋରୋନା ଭୂତାଣୁକୁ ସଂକ୍ରମଣକୁ ନେଇ ଏକ ନୂଆ ତଥ୍ୟ ଆସିଛି। ଯାହାକୁ ନେଇ ଡବ୍ଲ୍ୟୁଏଚଓ ସମେତ ଵିଭିନ୍ନ ଦେଶର ଡାକ୍ତର ଆତଙ୍କିତ ଅବସ୍ଥାରେ ରହିଛନ୍ତି।
କୋଭିଡ୍-19କୁ ନେଇ ଆସିଲା ନୂଆ ତଥ୍ୟ, ଭୂତାଣୁ ସଂକ୍ରମଣର ଦୂରତା ଏବେ 13ଫୁଟ୍ - corona latest news
ସମସ୍ତଙ୍କୁ ଚମକେଇ ଦେଲା ପରି ତଥ୍ୟ। ଏକ ରିପୋର୍ଟରୁ ପ୍ରକାଶ ପାଇଛି କୋରୋନା ଭୂତାଣୁ ଅତି ସହଜରେ ପବନ ମାଧ୍ୟମରେ 13ଫୁଟ୍ ପର୍ଯ୍ୟନ୍ତ ନିଜର ସ୍ଥିତି ଜାହିର୍ କରିବ। ଅଧିକ ଖବର ପଢନ୍ତୁ...
coronavirus-found-in-air-samples
ଯଦି ଏହି ରିପୋର୍ଟ ସତ ସାବ୍ୟସ୍ତ ହେଲା ତେଵେ ସଂକ୍ରମଣ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବ। ଗବେଷଣା କହୁଛି, କୋରୋନା ଭୂତାଣୁ ଏବେ ବାୟୁରେ ବ୍ୟାପିବାକୁ ଲାଗିବ। 4 ମିଟର ବା 13ଫୁଟ୍ ପର୍ଯ୍ୟନ୍ତ କୋଭିଡ୍ ଭୂତାଣୁ ପବନରେ ଯାଇ ପାରିବେ। କହିବାକୁ ଗଲେ କୋରୋନା ଭୂତାଣୁ ଅତି ସହଜରେ ପବନ ମାଧ୍ୟମରେ 13ଫୁଟ୍ ପର୍ଯ୍ୟନ୍ତ ନିଜର ସ୍ଥିତି ଜାହିର୍ କରିବ। ଏଭଳି ସ୍ଥିତି ଉପୁଜେ ତେବେ ଭାରତ ସମେତ ବିଶ୍ଵରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିବ। ଏହା ଉପରେ ଅଧିକ ଗବେଷଣା ଜାରୀ ରହିଥିବା ସୂଚନା ମିଳିଛି।