ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦିଲ୍ଲୀରେ 23 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ପୀଡିତଙ୍କ ସଂଖ୍ୟା 72କୁ ବୃଦ୍ଧି ପାଇଛି । ସେହିପରି ଦିଲ୍ଲୀରେ 6 ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଦିଲ୍ଲୀରେ 23 କୋରୋନା ପଜିଟିଭ ଚିହ୍ନଟ, ପୀଡିତଙ୍କ ସଂଖ୍ୟା 72କୁ ବୃଦ୍ଧି - ଭାରତରେ କୋରୋନା
21:06 March 29
ଦିଲ୍ଲୀରେ 23 କୋରୋନା ପଜିଟିଭ ଚିହ୍ନଟ, ପୀଡିତଙ୍କ ସଂଖ୍ୟା 72କୁ ବୃଦ୍ଧି
19:46 March 29
କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 181କୁ ବୃଦ୍ଧି
କେରଳରେ ଆଜି 20 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 181କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ କେସ ମଧ୍ୟରେ 18 ଜଣ ବିଦେଶରୁ ଫେରିଥିବା ବେଳେ ଅନ୍ୟ 2 ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି ।
19:26 March 29
ମହାରାଷ୍ଟ୍ରରେ 2ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ମହାରାଷ୍ଟ୍ରରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ କରାଯାଇଥିବା ରକ୍ତ ନମୁନା ପରୀକ୍ଷାରେ 20 ଜଣ ଲୋକ ପଜିଟିଭ ରହିଥିବା ଜଣାପଡିଛି । ଫଳରେ ମହାରାଷ୍ଟ୍ରରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 203ରେ ପହଞ୍ଚିଛି । ଅନ୍ୟପକ୍ଷରେ ରାଜ୍ୟର କୋରୋନା ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି ।
16:28 March 29
ଭାରତରେ 979 କୋରୋନା ପଜିଟିଭ, 24 ଘଣ୍ଟାରେ 106 ଆକ୍ରାନ୍ତ ଓ 6 ମୃତ୍ୟୁ
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 979 କୋରୋନା ପଜିଟିଭ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କୋରୋନାରେ 25 ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟ ଉଲ୍ଲେଖ କରିଛି । ଏହା ସହ ଗତ 24 ଘଣ୍ଟା ମଧ୍ୟରେ 106ଟି ନୂଆ ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ 6 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
16:04 March 29
ମହାରାଷ୍ଟ୍ରରେ କମିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେ 34 ଜଣ
ମହାରାଷ୍ଟ୍ରରେ 34 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୁମ୍ବାଇରେ 14 ଜଣ କୋରୋନାରୁ ମୁକ୍ତ ହୋଇଥିବା ବେଳେ ପୁନେରୁ 15 ଜଣ, ନାଗପୁରରୁ ଜଣେ, ଔରଙ୍ଗାବାଦରୁ ଜଣେ ଓ ୟାଭତମଲରୁ 3ଜଣ ବ୍ୟକ୍ତି ମେଡିକାଲରୁ ଫେରିଛନ୍ତି । ଏହା ଦ୍ବାରା ମହାରାଷ୍ଟ୍ରରେ କୋରୋନା ପଜିଟିଭ ସଂଖ୍ୟା 155କୁ ହ୍ରାସ ପାଇଛି । ଏନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ସୂଚନା ଦେଇଛନ୍ତି ।
16:03 March 29
ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11କୁ ବୃଦ୍ଧି
ବିହାରରେ କୋରୋନା ପଜିଟିଭଙ୍କ ସଂଖ୍ୟା 11କୁ ବୃଦ୍ଧି ପାଇଛି । ରାଜ୍ୟର ପାଟନାରେ 5 ଜଣ ସଂକ୍ରମିତ ରହିଥିବା ବେଳେ ମୁଙ୍ଗରରେ 3, ନାଳନ୍ଦା, ସିୱନ ଓ ଲାଖିସରାଇରେ ଗୋଟିଏ ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
13:27 March 29
ମୁମ୍ବାଇରେ କୋରୋନା ନେଲା ଆଉ 1 ମୁଣ୍ଡ, ରାଜ୍ୟରେ 7 ଛୁଇଁଲା ମୃତ୍ୟୁସଂଖ୍ୟା
କରୋନା ଭାଇରସରେ ଆକ୍ରାନ୍ତ ମୁମ୍ବାଇର 40 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଶନିବାର ଏହି ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଉଚ୍ଚ ରକ୍ତଚାପ ଥିବା ଜଣାପଡିଛି । ଏହାକୁ ମିଶାଇ କୋରୋନା ପ୍ରଭାବରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 7 ଛୁଇଁଛି ।
10:35 March 29
ମହାରାଷ୍ଟ୍ରରେ ଆଉ 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
ମହାରାଷ୍ଟ୍ରରେ ଆଉ 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ। 4 ଜଣ ମୁମ୍ବାଇର ହୋଇଥିବା ବେଳେ ଦୁଇ ଜଣ ପୁଣେ ଓ ଅନ୍ୟ ଜଣେ ସାଙ୍ଗଲିର ହୋଇଥିବା ଜଣାପଡିଛି । ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 193ରେ ପହଞ୍ଚି ଥିବା ବେଳେ 5 ଜଣଙ୍କର ମୃତ୍ୟୁ ହୋଇଛି ।
10:12 March 29
ଦେଶରେ କୋରୋନା ନେଲା ଆଉ 2 ମୃଣ୍ଡ, ମୃତ୍ୟୁସଂଖ୍ୟା ଛୁଇଁଲା 25
ଦେଶରେ କୋରୋନା ନେଲା ଆଉ 2 ମୁଣ୍ଡ । ରବିବାର କୋରୋନା ଯୋଗୁଁ ଗୁଜୁରାଟ ଓ ଜମ୍ମୁକାଶ୍ମୀରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗୁଜୁରାଟର ଅହମ୍ମଦାବାଦରେ ଜଣେ 45 ବର୍ଷୀୟ ବ୍ୟକ୍ତି କୋଭିଡ 19ରେ ପ୍ରାଣ ହରାଇଛନ୍ତି | ସେ ମଧୁମେହରେ ପୀଡିତ ଥିଲେ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗୁଜୁରାଟରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 5ରେ ପହିଞ୍ଚିଥିବା ଗୁଜୁରାଟର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଜମ୍ମୁ ଓ କାଶ୍ମୀରରେ ମଧ୍ୟ କୋରୋନା ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ଦେଶରେ ମୋଟ କୋରୋନାରେ 25 ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି ।
07:58 March 29
5ମ ଦିନରେ ଲକଡାଉନ, ଦିଲ୍ଲୀ ସୀମାରେ ଯାଞ୍ଚ କଡାକଡି
5ମ ଦିନରେ ଦେଶରେ କୋରୋନା ଲକଡାଉନ । କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସେବାକୁ ଛାଡି ଦେଲେ ଦୋକାନବଜାର ଓ ଅନ୍ୟାନ୍ୟ ଗାଡିମଟର ଚଳାଚଳ ବନ୍ଦ ରହିଛି । ଦିଲ୍ଲୀକୁ ଲାଗିଥିବା ଅନ୍ୟ ରାଜ୍ୟର ସୀମାରେ ପୋଲିସ କଡା ନଜର ରଖିଛି । ଲକଡାଉନ ସମୟରେ ଯାତାୟତ କରୁଥିବା ସମସ୍ତ ଯାନବାହନକୁ ଯାଞ୍ଚ କରୁଛି ପୋଲିସ ।
07:10 March 29
କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 181କୁ ବୃଦ୍ଧି
ଦେଶରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ମହାମାରୀ ପ୍ରଭାବରେ ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁଁ ଦେଶରେ 25 ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 979ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 86 ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ଜଣାପଡିଛି ।