ଓଡିଶା

odisha

By

Published : Apr 11, 2020, 10:53 AM IST

ETV Bharat / bharat

ଦିଲ୍ଲୀ କୋରୋନା ଅପଡେଟ୍: ଗୋଟିଏ ଦିନରେ 183ଟି ନୂଆ ମାମଲା, ମୋଟ 903

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ 183 ଟି ନୂଆ ମାମଲା ଏବଂ ଦୁଇଟି ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 903କୁ ବୃଦ୍ଧି ପାଇଛି । ଯାହାର ସୂଚନା ଗତ ଶୁକ୍ରବାର ଦିଲ୍ଲୀ ସରକାରୀ କର୍ତ୍ତୃପକ୍ଷ ଦେଇଛନ୍ତି ।

delhi corona upadate
ଦିଲ୍ଲୀ କୋରୋନା ଅପଡେଟ୍

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ 183 ଟି ନୂଆ ମାମଲା ଏବଂ ଦୁଇଟି ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 903କୁ ବୃଦ୍ଧି ପାଇଛି । ଯାହାର ସୂଚନା ଗତ ଶୁକ୍ରବାର ଦିଲ୍ଲୀ ସରକାରୀ କର୍ତ୍ତୃପକ୍ଷ ଦେଇଛନ୍ତି ।

903 ଆକ୍ରାନ୍ତଙ୍କ ମଧ୍ୟରେ 584 ଜଣ ମାର୍ଚ୍ଚରେ ନିଜାମୁଦ୍ଦିନ ସମାରୋହ ସହ ଜଡିତ। ତେବେ ଗୁରୁବାର ରାତି ପର୍ଯ୍ୟନ୍ତ ସହରରେ ମାରାତ୍ମକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 720 ଥିଲା ଏବଂ 12 ଜଣଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଏହାକୁ ମିଶାଇ ଦିଲ୍ଲୀରେ କୋରୋନା ମୃତ୍ୟୁ ସଂଖ୍ୟା 14 କୁ ବୃଦ୍ଧି ପାଇଛି। ଏପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 26 ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ABOUT THE AUTHOR

...view details