ଓଡିଶା

odisha

ETV Bharat / bharat

କୋରୋନା ଭାଇରସ ବୋନସ, ଜେଲରୁ ମୁକୁଳୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ

କୋରୋନା ଭାଇରସ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ବରଦାନ ପାଲଟିଛି । କୋରୋନା ଯୋଗୁଁ ଜେଲରୁ ମୁକ୍ତି ପାଉଛନ୍ତି । ଆଉ ଘରେ ଆରାମରେ ରହି ଷଡଯନ୍ତ୍ର କରୁଥିବା ନେଇ ଏକ ରିପୋର୍ଟରୁ ପ୍ରକାଶ ପାଇଛି ।

By

Published : May 3, 2020, 4:02 PM IST

କୋରୋନା ଭାଇରସ ବୋନସ, ଜେଲରୁ ମୁକୁଳୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ
କୋରୋନା ଭାଇରସ ବୋନସ, ଜେଲରୁ ମୁକୁଳୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ

ଇସଲାମବାଦ: କୋରୋନା ଭାଇରସ ମହାମାରୀ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀକୁ ଏକ ଅପ୍ରତ୍ୟାଶିତ ଉପହାର ପ୍ରଦାନ କରିଛି । FATFର କଳା ତାଲିକାରୁ ଦୂରେଇ ରଖିବା ସର୍ତ୍ତରେ ଜେଲରେ ଥିବା ସେମାନଙ୍କର ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତା ବର୍ତ୍ତମାନ ମୁକ୍ତ ହୋଇଛନ୍ତି । ଫଳରେ ଏହି ଆତଙ୍କବାଦୀମାନେ ଆରାମରେ ରହି ଷଡଯନ୍ତ୍ର କରୁଛନ୍ତି ।

ଗତମାସରେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏକ ଟୁଇଟରେ ସୂଚନା ଦେଇଛନ୍ତି ଯେ ଲାହୋର ଜେଲରେ ଥିବା ପ୍ରାୟ 50 ଜଣ ଅନ୍ତେବାସୀଙ୍କୁ କୋରୋନା ଭାଇରସ ପଜିଟିଭ ପରୀକ୍ଷା କରାଯାଇଛି । ଯେତେବେଳେ ପୁରା ବିଶ୍ବ ମାହାମାରୀ କୋରୋନା ବିରୁଦ୍ଧରେ ଲଢୁଛି ସେତିକିବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ଏକ ସୁଯୋଗ ଦେଇଥିଲା । ଆସନ୍ତା ମାସରେ ହେବାକୁ ଥିବା ସମୀକ୍ଷା ସହିତ FATF ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଛି । କିନ୍ତୁ ମହାମାରୀ ଉପରେ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଧ୍ୟାନ ରହିଥିବାରୁ ଦେଶ ମୂଳ ବାସ୍ତବତା ଏବଂ ମିଥ୍ୟା ତଥ୍ୟକୁ ଲୁଚାଇ ରଖିଛି।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ସହ ଜଡିତ ଘଟଣାର ପ୍ରମାଣ ହେଉଛି ଯେ ପାକିସ୍ତାନ କେବଳ ନିଜ ଦେଶରେ ମହାମାରୀ ଉପରେ ଧ୍ୟାନ ଦେଇନାହିଁ ବରଂ ଆତଙ୍କବାଦକୁ ଭାରତରେ ପ୍ରବେଶ କରିବାରେ ଲାଗିଛି। ଏପ୍ରିଲ 18 ରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ତିନି ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର ସୋପୋର ସହରର ଏକ ଚେକ୍ ପୋଷ୍ଟରେ CRPF ଏବଂ ପୋଲିସର ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ । ସପ୍ତାହ ମଧ୍ୟରେ ଉପତ୍ୟକାର ପାରାମିଲିଟାରୀ ବିରୁଦ୍ଧରେ ଏହା ତୃତୀୟ ଆକ୍ରମଣ ଥିଲା । ଏହାପୂର୍ବରୁ, ଏପ୍ରିଲ 13 ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

କିଛି ଦିନ ପରେ ଜାମ୍ମୁ କାଶ୍ମୀର ପୋଲିସର ମୁଖ୍ୟ ଦିଲବାଗ ସିଂ କହିଥିଲେ ଯେ ଯେତେବେଳେ କୋରୋନା ଭାଇରସ୍ ସହ ବିଶ୍ୱ ଲଢୁଛି, ସେତେବେଳେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସେମାନେ କାଶ୍ମୀରରେ ଲୋକଙ୍କୁ ସଂକ୍ରମିତ କରିବା ପାଇଁ କୋରୋନା ଭାଇରସ୍ ପଜିଟିଭ ବ୍ୟକ୍ତିଙ୍କୁ ପଠାଉଛି । ବାରମ୍ବାର ଏଲଓସି ଉଲ୍ଲଙ୍ଘନ କରୁଛି ।

ABOUT THE AUTHOR

...view details