ନୂଆଦିଲ୍ଲୀ: ବଢିଚାଲିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ବ ଏବେ ବ୍ୟସ୍ତ ବିବ୍ରତ । ଭାଇରସ ମୁକାବିଲା ପାଇଁ ସବୁଠି ପ୍ରୟାସ ଜାରି ରହିଛି । ଏହି ମାରାତ୍ମକ ଭୂତାଣୁ ସଂକ୍ରମଣକୁ କମ କରିବ ପାଇଁ ଗତ ରବିବାର ଦେଶ ପାଳନ କରିଥିଲା ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ସାରା ଦେଶ ଏକାଠି ହୋଇଥିଲା । ଏହି ପଦକ୍ଷେପକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଭାରତର ପ୍ରଶଂସା କରିଥିଲା । ଆଜି ଏଥିରେ ଯୋଡି ହୋଇଛି ଆମେରିକା ।
ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସାଉଥ ସେଣ୍ଟ୍ରାଲ ଏସିଆ ଡିପାର୍ଟମେଣ୍ଟର ଆସିଷଣ୍ଟା ସେକ୍ରେଟରୀ ଏଲିସ ବିଲ କହିଛନ୍ତି ଜନତା କର୍ଫ୍ୟୁରେ ଭାରତ ଭଳି ବିଶାଳ ଦେଶରେ କୋଟି କୋଟି ଲୋକ ଏକାଠି ହେବା ନିଶ୍ଚିତ ଭାବେ ବଡକଥା । ସାଉଥ ସେଣ୍ଟ୍ରାଲ ଏସିଆ ଡିପାର୍ଟମେଣ୍ଟ ଏକ ଭିଡିଓ ମଧ୍ୟ ଟ୍ବିଟ କରିଛି । ଯେଉଁଥିରେ ଜନତା କର୍ଫ୍ୟୁ ପରେ ଲୋକ ତାଳି ମାରିବାର ଦୃଶ୍ୟ ରହିଛି ।