ନୂଆଦିଲ୍ଲୀ : ସାରା ବିଶ୍ବକୁ ଗ୍ରାସ କଲାଣି କୋରୋନା ଭାଇରସ । ଏହାର ପ୍ରଭାବ ଭାରତରେ ପଡିଥିବାବେଳେ ରାଜଧାନୀ ଦିଲ୍ଲୀରେ ପୁଣି 30 ନୂଆ ମାମଲା ସାମନାକୁ ଆସିଛି । ରାମ ମନୋହର ଲୋହିଆ ହସ୍ପିଟାଲରେ ଏମାନଙ୍କୁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 16 ଜଣଙ୍କର ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଛି ।
କୋରୋନା ଭୟ: ଲୋହିଆ ହସ୍ପିଟାଲରେ 30 ଭର୍ତ୍ତି, 16 ରକ୍ତ ନମୁନା ନେଗେଟିଭ - ଲୋହିଆ ହସ୍ପିଟାଲରେ 30 ଭର୍ତ୍ତି
ରାମ ମନୋହର ଲୋହିଆ ହସ୍ପିଟାଲରେ 30 ନୂଆ ରୋଗୀଙ୍କୁ କୋରୋନା ସନ୍ଦେହରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 16ଜଣଙ୍କ ରକ୍ତ ନମୁନା ନେଗେଟିଭ। ଅଧିକ ପଢନ୍ତୁ...
ଲୋହିଆ ହସ୍ପିଟାଲରେ 30 ଭର୍ତ୍ତି
ବର୍ତ୍ତମାନ ଆହୁରି 14 ଜଣଙ୍କର ରକ୍ତ ନମୁନା ପୁନେ ନାଶନାଲ ଇନଷ୍ଟିଚ୍ୟୁଟ ଅଫ ଭରୋଲୋଜିକୁ ପରୀକ୍ଷା ପାଇଁ ପଠାଯାଇଛି । ସବୁ ରିପୋର୍ଟ ଆସିବା ପରେ ପଜିଟିଭ ଓ ନେଗେଟିଭଙ୍କ ସଂଖ୍ୟା ସ୍ପଷ୍ଟ ହେବ। ଏହି 14 ଜଣଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଡାକ୍ତରୀ ଟିମ ସେମାନଙ୍କ ଉପରେ କଡା ନଜର ମଧ୍ୟ ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ