ଓଡିଶା

odisha

ETV Bharat / bharat

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ 5 ହଜାର ଜୋରିମାନା - yogi govt

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କୋହଳ ହୋଇନି କରୋନା ଲକଡାଉନ। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ଗତିବିଧି ଉପରେ ରୋକ ଲଗାଇଛି । ତେବେ ସର୍ବସାଧାରଣରେ ଛେପ ପକାଇଲେ ଲୋକଙ୍କଠୁ ମୋଟା ଅଙ୍କର ଜୋରିମାନ ଆଦାୟ କରାଯିବ ବୋଲି ଘୋଷଣା କରାଯାଇଛି।

corona
ୟୁପିରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ 5000 ଜୋରିମାନା

By

Published : Apr 20, 2020, 4:20 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀରେ ଆଜି ଠାରୁ ହେବାକୁ ଥିବା କୋହଳ କରୋନା କଟକଣା ଉପରେ ରୋକ ଲଗାଯାଇଛି । ଲକ୍ଷ୍ନୌରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ସରକାର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, କୋରୋନା ଆକ୍ରାନ୍ତ କିମ୍ବା ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରିପାରିବ ନାହିଁ। ଯଦି ସେଭିଳି କୌଣସି ରୋଗୀ ଡାକ୍ତରଖାନାକୁ ଆସନ୍ତି ତେବେ ଏନେଇ ତୁରନ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସରକାରୀ ଡାକ୍ତରଖାନାକୁ ସୂଚନା ଦେବାକୁ ପଡିବ । ଏଥିସହ ସରକାରୀ ଡାକ୍ତରଖାନା ପହଞ୍ଚାଇବା ଘରୋଇ ଡାକ୍ତରଖାନାର ଦାୟିତ୍ବ ମଧ୍ୟ ହେବ ।

ଏହା ବ୍ୟତୀତ ୟୁପି ସରକାର ଆହୁରି ଅନେକ ନିଷ୍ପତ୍ତି ନେଇଛନ୍ତି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାଇଁ 5000 ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି।

ପ୍ରକାଶ ଥାଉକି, ୟୁପିରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1100 ପାର କରିଛି ।

ABOUT THE AUTHOR

...view details