ଓଡିଶା

odisha

ETV Bharat / bharat

ବାହାରିଲେ 85 କୋରୋନା ପଜିଟିଭ, କମ୍ପାନୀ ସିଲ୍ - company

ବେଙ୍ଗାଲୁରୁ ସହରରେ ବେକାବୁ ହୋଇଛି କୋରୋନା । କନ୍ନୁର ଅଞ୍ଚଳରେ ଥିବା ଏଲ ଆଣ୍ଡ ଟି ନାମକ କମ୍ପାନୀରୁ ଏକାଥରେ 85 ଶ୍ରମିକଙ୍କ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଯାହାଫଳରେ ସେଠାରେ କୋକୁଆ ଭୟ ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

ଗୋଟିଏ କମ୍ପାନୀରୁ 85 କୋରୋନା ପଜିଟିଭ, କମ୍ପାନୀ ସିଲ୍
ଗୋଟିଏ କମ୍ପାନୀରୁ 85 କୋରୋନା ପଜିଟିଭ, କମ୍ପାନୀ ସିଲ୍

By

Published : Jul 11, 2020, 4:36 PM IST

ବେଙ୍ଗାଲୁରୁ: ସହରରେ ବେକାବୁ କୋରୋନା । ଏଯାବତ ସହରରେ ହଜାର ହଜାର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଥିବା ବେଳେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ସହରର କନ୍ନୁର ଅଞ୍ଚଳରେ ଥିବା ଏଲ ଆଣ୍ଡ ଟି ନାମକ କମ୍ପାନୀରୁ ଏକାଥରେ 85 ଶ୍ରମିକଙ୍କ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଯାହାଫଳରେ ସେଠାରେ କୋକୁଆ ଭୟ ଦେଖିବାକୁ ମିଳିଛି ।

ଏହି ଖବର ଜଣାପଡିବା ପରେ କମ୍ପାନୀକୁ ସିଲ କରାଯାଇଥିବା ଜଣାପଡିଛି । ଏହି କମ୍ପାନୀରେ ହଜାର ହଜାର ଶ୍ରମିକ କାମ କରୁଥିବା ବେଳେ ଏକାଥରେ 85 ଜଣ ଆକ୍ରାନ୍ତଙ୍କୁ ନେଇ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ନିୟମିତ ଭାବେ କମ୍ପାନୀ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଶୁକ୍ରବାର ଏହାର ରିପୋର୍ଟ ଆସିବା ପରେ 85 ଜଣ ପଜିଟିଭ ଥିବା ଜଣାପଡିଛି ।

ତେବେ ଜେ.କେ.ଭି.କେ କ୍ବାରେଣ୍ଟାଇନ ସେଣ୍ଟରକୁ ସେମାନଙ୍କୁ ପଠାଯାଇଥିଲା । ଏହାପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details