ଓଡିଶା

odisha

By

Published : Feb 1, 2020, 9:38 AM IST

ETV Bharat / bharat

କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

ସମଗ୍ର ଚୀନ୍‌ରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 259ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣର ୪6ଟି ନୂଆ ମାମଲା ସାମ୍ନାକୁ ଆସିଥିବା  ଜଣାପଡ଼ିଛି । ଅଧିକ ପଢନ୍ତୁ...

Corona virus
କୋରୋନା ଭାଇରସ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କୋରୋନା ଭାଇରସ ଏବେ ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାଇରସ ଯୋଗୁଁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ସମଗ୍ର ଚୀନ୍‌ରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 259ରେ ପହଞ୍ଚିଛି । ସେହିପରି 11,791 ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣର ୪6ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି ।

ବିଶ୍ବର ୧୮ଟି ଦେଶକୁ କୋରୋନା ଭାଇରସ ବ୍ୟାପିଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ଏହାର ପ୍ରକୋପ ଓ ଭୟାବହତାକୁ ଦେଖି ଗୁରୁବାର ‘ଗ୍ଲୋବାଲ ହେଲଥ୍‌ ଏମର୍ଜେନ୍ସି’ ଘୋଷଣା କରିଛି । ଅନ୍ୟପକ୍ଷରେ କୋରୋନା ସଂକ୍ରମଣର ଆଶଙ୍କା ପାଇଁ ଡାକ୍ତରଖାନାରେ ଭର୍ତ୍ତି ଥିବା 243 ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ସୂଚନାଯୋଗ୍ୟ ଯେ, କୋରୋନା ଭାଇରସର ସର୍ବାଧିକ ପ୍ରକୋପ ଚୀନର ହୁୱାଇ ପ୍ରାନ୍ତରେ ଦେଖିବାକୁ ମିଳିଛି । ଏହାର ରାଜଧାନୀ ଉହାନକୁ ଭାଇରସରେ କେନ୍ଦ୍ର ସ୍ଥଳ କୁହାଯାଉଛି ।

ABOUT THE AUTHOR

...view details