ଓଡିଶା

odisha

ETV Bharat / bharat

କୋରୋନା: ଦେଶରେ 1397 ଆକ୍ରାନ୍ତ, 35 ମୃତ

କୋରୋନା ଅପଡେଟ
କୋରୋନା ଅପଡେଟ

By

Published : Mar 31, 2020, 7:21 AM IST

Updated : Mar 31, 2020, 9:47 PM IST

21:46 March 31

କୋରୋନା: ଦେଶରେ 1397 ଆକ୍ରାନ୍ତ, 35 ମୃତ

ଗତ 24 ଘଣ୍ଟାରେ ଦେଶରେ 146 କୋରୋନା ଆକ୍ରାନ୍ତ ଚିହ୍ନଟ । ଦେଶରେ ସମୁଦାୟ 1397 ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ସେଥିମଧ୍ୟରୁ 1238 ଆକ୍ରାନ୍ତ ଆକ୍ଟିଭ୍‌ ଥିବାବେଳେ 124 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 35 ଜଣଙ୍କ ମୃତ୍ୟୁ ଘଟିଛି । 

20:12 March 31

ତେଲେଙ୍ଗାନାରେ 97 ଆକ୍ରାନ୍ତ

ଗୋଟିଏ ଦିନରେ ତେଲେଙ୍ଗାନାରେ 15 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସମୁଦାୟ 97 ଆକ୍ରାନ୍ତ ହୋଇଥିବା ସୂଚନା । 

20:09 March 31

ମଧ୍ୟପ୍ରଦେଶରେ 66 ଆକ୍ରାନ୍ତ

ମଧ୍ୟପ୍ରଦେଶରେ ସମୁଦାୟ 66 କୋରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଇନଡୋରରେ 44 ପଜେଟିଭି । ସେପଟେ ରାଜ୍ୟରେ କୋରୋନା ନେଲାଣି 5 ଜଣଙ୍କ ମୁଣ୍ଡ ।

20:06 March 31

କୋରୋନା ମୁକାବିଲା: ଜୟପୁରରେ ପିଲାଙ୍କୁ କେମିକାଲରେ ଗାଧେଇଦେଲେ କର୍ମଚାରୀ

କୋରୋନା ସତର୍କତା ପାଇଁ ଅଭାବନୀୟ ଘଟଣା । ରାଜସ୍ଥାନର ଜୟପୁରରେ ସହରକୁ ସାନିଡାଇଜ୍‌ କରିବାକୁ ଯାଇ ପିଲାଙ୍କୁ କେମିକାଲରେ ଗାଧେଇଦେଇଛନ୍ତି କର୍ମଚାରୀ । 

19:58 March 31

ଗୋଟିଏ ଦିନରେ ତାମିଲନାଡୁରେ 57 କୋରୋନା ଆକ୍ରାନ୍ତ

ତାମିଲନାଡୁରେ ଗୋଟିଏ ଦିନରେ 57 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସମୁଦାୟ 124 ଆକ୍ରାନ୍ତ ହୋଇଥିବା ସୂଚନା । 

19:43 March 31

କର୍ଣ୍ଣାଟକରେ ଆଉ 13 ଆକ୍ରାନ୍ତ ଚିହ୍ନଟ

କର୍ଣ୍ଣାଟକରେ ଆଉ 13 ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସମୁଦାୟ 101 ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 8 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

19:34 March 31

କୋରୋନା ମୁକାବିଲା: ଇଣ୍ଡୋ-ତିବତିଆନ୍‌ ବର୍ଡର ପୋଲିସ ଦାନ କଲେ ଗୋଟିଏ ଦିନର ଦରମା

କୋରୋନା ମୁକାବିଲା ଲାଗି ଇଣ୍ଡୋ-ତିବତିଆନ୍‌ ବର୍ଡର ପୋଲିସ ଦାନ କଲେ ଗୋଟିଏ ଦିନର ଦରମା । ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କଲେ ଦରମା । ସମୁଦାୟ 10 କୋଟି 53 ଲକ୍ଷ 58 ହଜାର 479 ଟଙ୍କା ଦେଇଥିବା ସୂଚନା । 

18:57 March 31

ମହାରାଷ୍ଟ୍ରରେ 302 କୋରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଉ 72 କୋରୋନା ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 302କୁ ବୃଦ୍ଧି । ରାଜ୍ୟ ସରକାରଙ୍କ ସୂଚନା । 

17:13 March 31

କୋରୋନା ମୁକାବିଲା: 2 ଦିନର ଦରମା ଦାନ କଲେ ଏସବିଆଇ କର୍ମଚାରୀ

କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ଏସବିଆଇ କର୍ମଚାରୀ । ପାଖାପାଖି 2,56,000 କର୍ମଚାରୀ ସେମାନଙ୍କ ଦୁଇ ଦିନର ଦରମା ପିଏମ୍‌ କେୟାର୍ସ ଫଣ୍ଡକୁ କଲେ ଦାନ । ଏମାନଙ୍କ ଦୁଇ ଦିନର ଦରମା 100 କୋଟି ହୋଇଥିବା ସୂଚନା ।

11:28 March 31

ଦେଶରେ ଅଧିକାଂଶ କୋରୋନା ମାମଲା ସହ ନିଜାମୁଦ୍ଦିନ ସମାବେଶର ରହିଛି ଲିଙ୍କ୍‌

ଦେଶରେ ଥମୁନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାକୁ ନେଇ ମଧ୍ୟପ୍ରଦେଶରେ ପୁଣି 17ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଆନ୍ଧ୍ରପ୍ରଦେଶରେ ବି ଆଉ 17 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ମସଜିଦରେ 2000 ଲୋକଙ୍କ ଧାର୍ମିକ ସମାବେଶ ଏବେ ଦେଶରେ କୋରୋନା ସଂକ୍ରମଣ ମାମଲାକୁ ଆହୁରି ବଢାଇଦେଇଛି । ଆନ୍ଧ୍ରପ୍ରଦେଶରୁ ଚିହ୍ନଟ 17 ଜଣ କୋରୋନା ଆକ୍ରାନ୍ତ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି । ସେହିପରି ଗୁଜୁରାଟରୁ ମଧ୍ୟ 3ଟି କୋରୋନା ପଜିଟିଭି ମାମଲା ସାମ୍ନାକୁ ଆସିଛି ।

11:28 March 31

ଦିଲ୍ଲୀ ନିଜାମୁଦ୍ଦିରେ 24 କୋରୋନା ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀର ନିଜାମୁଦ୍ଦିରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ଶ୍ରଦ୍ଧାଳୁଙ୍କ ମଧ୍ୟରୁ 24 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବ ନେଇ ସୂଚନା ଦେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । ନିଜାମୁଦ୍ଦିରେ ମୋଟ 700 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ବେଳେ 335 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

09:30 March 31

ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା 225

ମହାରାଷ୍ଟ୍ରରେ ମଙ୍ଗଳବାର 5 କୋରୋନା ପଜିଟିଭି ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ 2 ଜଣ ମୁମ୍ବାଇର ହୋଇଥିବା ବେଳେ ଜଣେ ପୁଣେ ଓ ଆଉ ଜଣେ ବୁଲଢାଣାର ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 225 ଛୁଇଁଛି ।

09:28 March 31

ପଶ୍ଚିମବଙ୍ଗରେ କୋରୋନା ପ୍ରକୋପରେ ଗଲା ଆଉ ଜଣଙ୍କ ପ୍ରାଣ

ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ମଙ୍ଗଳବାର ସକାଳେ ପଶ୍ଚିମବଙ୍ଗରେ ଜଣେ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 3 ଛୁଇଁଛି ।

08:32 March 31

କେରଳରେ କୋରୋନା ନେଲା ଆଉ 1 ମୁଣ୍ଡ

କେରଳରେ କୋରୋନା ନେଲା ଆଉ 1 ମୁଣ୍ଡ । କେରଳରେ କୋରୋନା ଭାଇରସ ପ୍ରଭାବରେ ଜଣେ 68 ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ତେବେ କୋରୋନା ଯୋଗୁଁ କେରଳରେ ଏହା ଦ୍ବିତୀୟ ମୃତ୍ୟୁ ।

08:30 March 31

ନିଜାମୁଦ୍ଦିରେ କୋରୋନା ଆତଙ୍କ: ସ୍ବାସ୍ଥ୍ୟପରୀକ୍ଷା ପାଇଁ ଲୋକଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ଦିଲ୍ଲୀର ନିଜାମୁଦ୍ଦିରେ କୋରୋନା ଆତଙ୍କ । ଏହି ଅଞ୍ଚଳର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଉଛି । ନିଜାମୁଦ୍ଦିନରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅନେକ ଲୋକ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କିଛି ଲୋକଙ୍କ ଶରୀରରେ କୋରୋନା ଭାଇରସ ପଜିଟିଭି ମିଳିଛି ।

07:04 March 31

କୋରୋନା ଆତଙ୍କ: ସୋମବାର ରାତିରେ ତେଲେଙ୍ଗାନାରେ 6 ମୃତ

ହାଇଦ୍ରାବାଦ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ରାତିରେ କୋରୋନା ଭାଇରସରେ ଆକ୍ରାନ୍ତ ଥିବା ତେଲେଙ୍ଗାନାରେ 6 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ତେଲେଙ୍ଗାନା ସରକାର । ମହାମାରୀ କୋରୋନାରେ ମୃତ ସମସ୍ତ ବ୍ୟକ୍ତି ଦିଲ୍ଲୀରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ଜମାତରେ ସାମିଲ ହୋଇଥିଲେ ।

Last Updated : Mar 31, 2020, 9:47 PM IST

ABOUT THE AUTHOR

...view details