ଓଡିଶା

odisha

ETV Bharat / bharat

କୋରୋନା ଅପଡେଟ: ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା 5, ଦେଶରେ 20କୁ ବୃଦ୍ଧି - corona in india

କୋରୋନା ଅପଡେଟ
କୋରୋନା ଅପଡେଟ

By

Published : Mar 27, 2020, 9:31 AM IST

Updated : Mar 28, 2020, 3:40 PM IST

00:03 March 28

ମହାରାଷ୍ଟ୍ରରେ କୋରୋନାରେ ମୃତ୍ୟୁ ସଂଖ୍ୟା 5, ଦେଶରେ 20କୁ ବୃଦ୍ଧି

ମୁମ୍ବାଇର କସ୍ତୁରବା ହସ୍ପିଟାଲରେ କୋରୋନାରେ ଜଣେ 65 ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଦ୍ବାରା ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା 5ରେ ପହଞ୍ଚିଛି ।  

22:45 March 27

ସ୍ବଦେଶ ଫେରିଲେ 170 ଜାପାନ ନାଗରିକ

ସ୍ବଦେଶ ଫେରିଲେ 170 ଜାପାନ ନାଗରିକ

ଭାରତ ଲକ ଡାଉନ ଥିବା ବେଳେ 170 ଜଣ ଜାପାନ ନାଗରିକ ନିଜ ଦେଶକୁ ଫେରିଛନ୍ତି । ସେମାନେ ଆଜି ସନ୍ଧ୍ୟା 8. 30ରେ ଦିଲ୍ଲୀ ବିମାନବନ୍ଦରରୁ ନାରିତା ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  

22:04 March 27

ଉତ୍ତରାଖଣ୍ଡରେ କମିଲା କୋରୋନା ଆକ୍ରାନ୍ତ ସଂଖ୍ୟା, ଆଇଏଫଏସ ଅଫିସର ହେଲେ ନେଗେଟିଭ

ସ୍ପେନରୁ ଫେରିଥିବା ତିନିଜଣ ଆଇଏଫଏସ ଅଧିକାରୀ କୋରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି । ସେ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ପୁଣି ଥରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ରକ୍ତ ନମୁନାରେ କୋରୋନା ଭୂତାଣୁ ନଥିବା ସ୍ପଷ୍ଟ କରାଯାଇଛି । ଏହା ଦ୍ବାରା ଉତ୍ତରାଖଣ୍ଡର କୋରୋନା ପୀଡିତଙ୍କ ସଂଖ୍ୟା 2କୁ ହ୍ରାସ ପାଇଛି ।  

21:51 March 27

ଖାଦ୍ୟ, ଜଳ, ଆଶ୍ରୟସ୍ଥଳୀ ଓ ଚିକିତ୍ସା ସହାୟତା ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଦେଶରେ କୋରୋନା ପରିସ୍ଥିତିରେ ପ୍ରବାସୀ ଶ୍ରମିକ ତଥା ସେମାନଙ୍କ ପରିବାର, ମହିଳା, ଶିଶୁ, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଖାଦ୍ୟ, ଜଳ, ଆଶ୍ରୟସ୍ଥଳୀ, ଚିକିତ୍ସା ସହାୟତା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । 

21:49 March 27

ପଶ୍ଚିମବଙ୍ଗରେ 5 ନୂଆ କୋରୋନା ପଜିଟିଭ ଚିହ୍ନଟ

ପଶ୍ଚିମବଙ୍ଗରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଏହି ସଂଖ୍ୟା 10 ରହିଥିବା ବେଶ ସଦ୍ୟତମ ରିପୋର୍ଟରୁ  ଆଉ 5 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ କୋରୋନା ପଜିଟିଭଙ୍କ ସଂଖ୍ୟା 15କୁ ବୃଦ୍ଧି ପାଇଛି ।  

21:47 March 27

ତାମିଲନାଡୁରେ ପୁଣି 3ଟି କୋରୋନା ସଂକ୍ରମିତ ଚିହ୍ନଟ

ତାମିଲନାଡୁରେ 3ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟର କୋରୋନା ପଜିଟିଭ ସଂଖ୍ୟା 38ରେ ପହଞ୍ଚିଛି । 

21:28 March 27

ରେଡିଓ ଜକିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ରେଡିଓ ଜକିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ରେଡିଓ ଜକି ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ସତର୍କତା କରିବାରେ ପ୍ରମୁଖ ଭୂମିକା ପାଇଁ ରେଡିଓ ଜକି ମାନଙ୍କୁ  ଦେଲେ ଧନ୍ୟବାଦ । ଏହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।  

21:19 March 27

ଛତିଶଗଡରେ 6 କୋରୋନା ପଜିଟିଭ ଚିହ୍ନଟ

ଛତିଶଗଡରେ 6ଟି କୋରୋନା (COVID19)ପଜିଟିଭ ରିପୋର୍ଟ କରାଯାଇଛି । ସେମାନଙ୍କ ମଧ୍ୟରେ ଫେବୃଆରୀ 12ରେ ବିଦେଶରୁ ଫେରିଥିବା ଜଣେ 60 ବର୍ଷ ବୟସ୍କା ମହିଳା ରହିଛନ୍ତି । ଅନ୍ୟପକ୍ଷରେ କୌଣସି ଭ୍ରମଣ କରି ନଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ପଜିଟିଭ ରହିଛି । ତେବେ ଆଇସିଏମଆର ଉଭୟ ମାମଲା ଉପରେ ଦୃଷ୍ଟି ରଖିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓ ପ୍ରକାଶ କରିଛନ୍ତି 

21:11 March 27

ଦିଲ୍ଲୀରେ କୋରୋନା ପଜିଟିଭଙ୍କ ସଂଖ୍ୟା 40କୁ ବୃଦ୍ଧି

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଛି । ସେହିପରି 5 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ।  

21:02 March 27

ମହାରାଷ୍ଟ୍ରରେ ନୂଆ 9 କୋରୋନା ପଜିଟିଭ ଚିହ୍ନଟ, ମୁମ୍ବାଇରେ 86କୁ ବୃଦ୍ଧି

ମୁମ୍ବାଇରେ ନୂଆ 9 କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଶୁକ୍ରବାର ଚିହ୍ନଟ କରାଯାଇଥିବା କୋରୋନା ପଜିଟିଭଙ୍କ ମଧ୍ୟରେ 5 ଜଣ ବିଦେଶରୁ ଫେରିଥିବା ବେଳେ ଅନ୍ୟ 4 ଜଣ ସଂସ୍ପର୍ଶରୁ ସଂର୍କମିତ ହୋଇଥିବା ଗ୍ରେଟର ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି । 

19:30 March 27

କେରଳରେ ପଜିଟିଭ ସଂଖ୍ୟା 176କୁ ବୃଦ୍ଧି

କେରଳରେ ଆଜି 39ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । କେଶରଗଡରୁ 34ଟି କେସ ଚିହ୍ନଟ ହୋଇଥିବା ବେଳେ କନ୍ନୁରରୁ 2ଟି ଓ ତ୍ରିଶୂର, କୋଜହିକୋଡେ, କୋଲ୍ଲମରୁ ଗୋଟିଏ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ କେରଳର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 176କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ 12 ଜଣ ଲୋକ ସୁସ୍ଥ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ପ୍ରକାଶ କରିଛନ୍ତି । 

19:28 March 27

ଜମ୍ମୁ କାଶ୍ମୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 18କୁ ବୃଦ୍ଧି

ଜମ୍ମୁ କାଶ୍ମୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 18କୁ ବୃଦ୍ଧି ପାଇଛି । ସେହିପରି କୋରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

19:07 March 27

ତେଲେଙ୍ଗାନାରେ କୋରୋନା ପଜିଟିଭ ସଂଖ୍ୟା 59କୁ ବୃଦ୍ଧି

ଆଜି ତେଲେଙ୍ଗାନାରେ 10 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ କୋରୋନା ପଜିଟିଭ ସଂଖ୍ୟା 59କୁ ବୃଦ୍ଧି ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି ।  

18:08 March 27

ହିମାଚଳରେ 3ଜଣ କୋରୋନା ପଜିଟିଭ

ହିମାଚଳ ପ୍ରଦେଶରେ ମୋଟ ପଜିଟିଭ ସଂଖ୍ୟା 3 ରହିଛି । ଆଜି 19ଟି ପଜିଟିଭ କେସ ଚିହ୍ନଟ କରାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ ରହିଛି । ତେବେ ରାଜ୍ୟରେ ମୋଟ 149ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ 3ଟି କେସ ପଜିଟିଭ ରହିଛି । 

18:05 March 27

ଏପ୍ରିଲ 14 ଯାଏ ଘରୋଇ ବିମାନଯାତ୍ରା ବନ୍ଦ, ଘୋଷଣା କଲା ଡିଜିସିଏ

ଏପ୍ରିଲ 14 ଯାଏ ଘରୋଇ ବିମାନଯାତ୍ରା ବନ୍ଦ, ଘୋଷଣା କଲା ଡିଜିସିଏ

 ଘରୋଇ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଏପ୍ରିଲ୍ 14 ଶେଷ ପର୍ଯ୍ୟନ୍ତ ରହିବ। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଘୋଷଣା କରିଛି । 

କୋରୋନା ପାଇଁ ମାର୍ଚ୍ଚ 25ରୁ ଦେଶରେ କୌଣସି ଘରୋଇ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇନଥିଲା। ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ସମସ୍ତ କାର୍ଗୋ ବିମାନ ସବୁଦିନ ଭଳି କାର୍ଯ୍ୟ କରିପାରିବ ବୋଲି ତେବେ ଡିଜିସିଏ ଟ୍ୱିଟରରେ ସ୍ପଷ୍ଟ କରିଛି ।  

17:36 March 27

କର୍ଣ୍ଣାଟକରେ ପୁଣି 2 ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 64କୁ ବୃଦ୍ଧି

କର୍ଣ୍ଣାଟକରେ ପୁଣି 2 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ରାଜ୍ୟର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 64ରେ ପହଞ୍ଚିଛି ।  

17:26 March 27

ତାମିଲନାଡୁରେ ଆଗ୍ରାଧିକାର ଭିତ୍ତିରେ 5ଶହ ଡାକ୍ତର ଓ 1ହଜାର ନର୍ସ ନିଯୁକ୍ତି

କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର 5ଶହ ଡାକ୍ତର ଓ 1ହଜାର ନର୍ସ ସହ 1508 ଲାବ ଟେକ୍ନିସିଆନଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ସରକାରଙ୍କ ଦ୍ବାରା ନିର୍ଦ୍ଦେଶ ଜାରି କରାଯାଇଛି । ସେହିପରି ସରକାରଙ୍କ ପକ୍ଷରୁ 2 ଶହଟି ନୂଆ ଆମ୍ବୁଲାନ୍ସ ଅଣାଯାଇଛି ।  

16:56 March 27

କର୍ଣ୍ଣାଟକରେ 10 ମାସର ଶିଶୁ କୋରୋନା ପଜିଟିଭ ଚିହ୍ନଟ

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଜଣେ 10 ମାସର ଶିଶୁ କୋରୋନାରେ ଆକ୍ରାନ୍ତ ରହିଥିବା ଜଣାପଡିଛି । ପିଲାଟିର ରକ୍ତ ନମୁନା ପରୀକ୍ଷାରୁ କୋରୋନା ପଜିଟିଭ ରହିଥିବା ଦକ୍ଷିଣ କନ୍ନଡର ଡେପୁଟି କଲେକ୍ଟର ସିନ୍ଧୁ ବି ରୁପେଶ ସୂଚନା ଦେଇଛନ୍ତି । 

16:41 March 27

ସାଙ୍ଗଲୀରେ 12 ନୂଆ କୋରୋନା ସଂକ୍ରମିତ, ମହାରାଷ୍ଟ୍ରରେ ମୋଟ ପଜିଟିଭ ସଂଖ୍ୟା 147କୁ ବୃଦ୍ଧି

ମହାରାଷ୍ଟ୍ରରେ ପୁଣି 12ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହା ସହ ମହାରାଷ୍ଟ୍ରର ମୋଟ ସଂକ୍ରମିତଙ୍କ 147କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ  ବର୍ତ୍ତମାନ ସୁଦ୍ଧା କୋରୋନାରେ 4ଜଣଙ୍କ ମୃତ୍ୟୁ ହୋଇଛି ।

08:39 March 27

କୋରୋନା କାରଣରୁ ତୃତୀୟ ଦିନରେ ପହଞ୍ଚିଛି ଦେଶର ଲକଡାଉନ । ଦେଶର ବଡବଡ ସହରରେ ରାସ୍ତାଘାଟ ଶୂନଶାନ ।

07:41 March 27

ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା 5, ଦେଶରେ 20କୁ ବୃଦ୍ଧି

ରାଜସ୍ଥାନର ଭିଲୱାରାଠାରେ ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି | ସେ କିଡନୀ ଏବଂ ରକ୍ତଚାପ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା 17 ଛୁଇଁଛି । ଅନ୍ୟପକ୍ଷେ ଭାରତରେ 733 ଜଣ କୋରୋନାରେ ଆକ୍ରାନ୍ତ ଅଛନ୍ତି ।

Last Updated : Mar 28, 2020, 3:40 PM IST

ABOUT THE AUTHOR

...view details