ଓଡିଶା

odisha

ETV Bharat / bharat

ଆୟୁଷ୍ମାନ ଯୋଜନାରେ କୋରୋନା ଚିକିତ୍ସା, ଅନିଶ୍ଚିତତାରେ ଓଡିଶା

କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କୋରୋନା ଭାଇରସ ସହ ଯୋଡିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଯୋଜନାରେ ଓଡିଶା ସଫଳ ପାଇବ କି ନାହିଁ ସେ ନେଇ ଅନିଶ୍ଚିତତା । ଅଧିକ ପଢନ୍ତୁ...

corona
ଫାଇଲ ଫଟୋ

By

Published : Mar 24, 2020, 4:47 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଏକ ରିପୋର୍ଟ ମୁତାବକ ସମଗ୍ର ଦେଶରେ 88 ପ୍ରତିଶତ ଐତିହାସିକ ପଦକ୍ଷେପ ନିଆଯାଇଛି । ଏହା ଭିତରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କୋରୋନା ଭାଇରସ ସହ ଯୋଡିବା ନେଇ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତର ସାମ୍ପ୍ରତିକ ନିୟମ ଅନୁସାରେ ସାମିଲ କରାଯିବ । ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନହୋଇଥିବାରୁ ଏହି ସୁବିଧାରୁ ଓଡିଶା ବଞ୍ଚିତ ହୋଇପାରେ ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଦେଶର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶବ୍ୟାପୀ ପଜିଟିଭଙ୍କ ସଂଖ୍ୟା 511ରେ ପହଞ୍ଚିଛି । ଏଥିରେ 10 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 44 ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଗକୁ ଆହୁରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ହୋଇପାରେ । ମହାରାଷ୍ଟ୍ରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 104 । ସେପଟେ, ଜାତିସଂଘ ପକ୍ଷରୁ କୁହାଯାଇଛି କୋରୋନା ମୁକାବିଲା ପାଇଁ କେବଳ ପରୀକ୍ଷା ହିଁ ଜରୁରୀ ।


ସୌଜନ୍ୟ:@IANS

ABOUT THE AUTHOR

...view details