କୋଲକାତା: ଚଳିତବର୍ଷ ଲକଡାଉନ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ କ୍ଷତି ସହିବାକୁ ପଡୁଛି । ସେମିତି ଦୂର୍ଗାପୂଜାରେ ମଧ୍ୟ ଏହା ବାଧା ସୃଷ୍ଟି କରିବ ବୋଲି ଦୂର୍ଗାପୂଜା ଆୟୋଜକ ମାନେ କହିଛନ୍ତି । ମାଙ୍କ ମୂର୍ତ୍ତି ତିଆରି ପାଇଁ କୋଲକାତାରେ ପ୍ରସିଦ୍ଧ କୁମାରତୂଲୀରେ କାରିଗରମାନେ ଚିନ୍ତା ପ୍ରକଟ କରିଛନ୍ତି । ଚଳିତବର୍ଷ କୋରୋନା ଯୋଗୁଁ ବ୍ୟବସାୟ ଏତେ ଭଲ ହେବ ନାହିଁ ବୋଲି ସେମାନେ ଆଶଙ୍କା କରିଛନ୍ତି ।
ଚଳିତବର୍ଷ ଫିକା ପଡିପାରେ ଦୂର୍ଗା ପୂଜା, ଚିନ୍ତାରେ ମୂର୍ତ୍ତି କାରିଗର - corona may affect duga puja this year
ମହାମାରୀ କୋରୋନା ପ୍ରକୋପ ଯେ ମାନବ ସମାଜ ଉପରେ କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ ତାହା କହିବା ଅସମ୍ଭବ । କିନ୍ତୁ ଏବେ କୋରୋନା କୋପରେ ସମସ୍ତେ ଆଉଟୁ ପାଉଟୁ ହେଉଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ କ୍ଷତି ସହିବାକୁ ପଡୁଛି । ସାଧାରଣ ଜୀବନଯାପନ ଏବେ ଠପ ହୋଇପଡିଛି । ତେବେ ଏହାର ପ୍ରଭାବ ମୂର୍ତ୍ତି କାରିଗର ମାନଙ୍କ ଉପରେ ମଧ୍ୟ ପଡିଛି । ଆଗକୁ ଦୂର୍ଗା ପୂଜା ଆସୁଥିବା ବେଳେ କଞ୍ଚାମାଲର ଅଭାବ ଓ ଶ୍ରମିକ ଅଭାବ ଯୋଗୁଁ ଦୂର୍ଗାପୂଜା ଆୟୋଜକମାନେ ବେସ ଚିନ୍ତିତ ଅଛନ୍ତି ।
ଏବେଠୁ କାରିଗରମାନେ ମୂର୍ତ୍ତି ଗଢିବା ସହ ରଙ୍ଗତୁଳିରେ ମାଙ୍କ କଳାକୃତିମାନ କରିଥାନ୍ତି । ହେଲେ କଞ୍ଚାମାଲର ଅଭାବ ଦେଖାଦେଇଛି । ତ ପୁଣି ତା ସହ ଶ୍ରମିକମାନେ ମଧ୍ୟ ମିଳୁନାହାନ୍ତି । ସେପଟେ ଜଣେ ଦୂର୍ଗାପୂଜା ଆୟୋଜକ କହିଛନ୍ତି ଯେ ବିଦେଶରୁ ମଧ୍ୟ ଅନେକ ମୂର୍ତ୍ତିର ଅର୍ଡର ଆସିଥାଏ । ହେଲେ ମାହାମାରୀ କୋରୋନା ଯୋଗୁଁ ସେମାନେ ମଧ୍ୟ କିଛି କହୁନାହାନ୍ତି । ଫଳରେ ଚଳିତବର୍ଷର ପୂଜାକୁ ନେଇ ଯେତିକି ଆଶା ଆଶଙ୍କା ରହିଛି ମୂର୍ତ୍ତି କାରିଗରମାନଙ୍କ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡିବ ।
ସେପଟେ ବିଶ୍ବ ସ୍ବାସ୍ଥ୍ୟସଙ୍ଗଠନ ଏହା ସ୍ପଷ୍ଟ କରିଛି ଯେ ଆମକୁ କୋରୋନା ସହ ବଞ୍ଚିବାକୁ ପଡିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ ପଡିବ । ସାମାଜିକ ଦୂରତା ଓ ସ୍ବଚ୍ଛତା ପ୍ରତି ଅଧିକ ଗୁରୁତ୍ତ୍ବ ଦେବାକୁ ପଡିବ । ତେବେ ଏହିସବୁ ଭିତରେ ପୂଜାର ଆୟୋଜନ ଯାକଯମକରେ ହୋଇପାରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।