ଓଡିଶା

odisha

ETV Bharat / bharat

କୋରୋନା ଲକଡାଉନ୍: ସ୍ୱଚ୍ଛ ପାନୀୟ ଜଳ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ

କୋଭିଡ-୧୯ ମହାମାରୀ ସଂକଟ ପରିପ୍ରେକ୍ଷୀରେ ଏହାର ନିୟନ୍ତ୍ରଣ ପାଇଁ ଭାରତ ସରକାର ଓ ରାଜ୍ୟ ସରକାରମାନେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବାକୁ ଏକ ପ୍ରଭାବଶାଳୀ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି । ସେ ଦୃଷ୍ଟିରୁ ସବୁ ନାଗରିକଙ୍କୁ ସ୍ୱଚ୍ଛ ଜଳ ଯୋଗାଣ କୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ..

Corona Lockdown
Corona Lockdown

By

Published : Apr 17, 2020, 4:31 PM IST

କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ବୃଦ୍ଧି କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସବୁ ନାଗରିକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସବୁ ରାଜ୍ୟକୁ ଆଡଭାଇଜରି ଜାରି କରିଛି । ବିଶେଷ କରି ଗ୍ରାମାଂଚଳରେ ଜଳ ଯୋଗାଣ ବ୍ୟବସ୍ଥା ନିଶ୍ଚିତ କରିବାକୁ ମନ୍ତ୍ରାଳୟ ରାଜ୍ୟ ଜନସ୍ୱାସ୍ଥ୍ୟ ଇଂଜିନିୟରିଂ ବିଭାଗ , ବୋର୍ଡ ଓ ନିଗମକୁ ନିର୍ଦ୍ଦେଶ ଦେଇଛି । ଗତ ମଙ୍ଗଳବାର ଦିନ ଲକଡାଉନ ଅବଧି ମେ ୩ ତାରିଖ ଯାଏଁ ବୃଦ୍ଧି ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନରେ ପାନୀୟ ଜଳ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାମ ବିଭାଗର ଗାଇଡଲାଇନ ସହ କେନ୍ଦ୍ର ଗୃୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନରେ କଣସବୁ କୁହାଯାଇଛି, ଆସନ୍ତୁ ଜାଣିବା ।

କୋଭିଡ-୧୯ ମହାମାରୀ ସଂକଟ ପରିପ୍ରେକ୍ଷୀରେ ଏହାର ନିୟନ୍ତ୍ରଣ ପାଇଁ ଭାରତ ସରକାର ଓ ରାଜ୍ୟ ସରକାରମାନେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବାକୁ ଏକ ପ୍ରଭାବଶାଳୀ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି । ସେ ଦୃଷ୍ଟିରୁ ସବୁ ନାଗରିକଙ୍କୁ ସ୍ୱଚ୍ଛ ଜଳ ଯୋଗାଣ ଜରୁରୀ ହୋଇପଡିଛି । ବିଶେଷକରି ମେଡିକାଲ ସାନିଟାଇଜର ମିଳୁ ନ ଥିବା ଗ୍ରାମାଚଂଳରେ ସ୍ୱଚ୍ଛ ଜଳଯୋଗାଣର ଆବଶ୍ୟକତା ଅଧିକ । ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ଇଜିଂନିୟରିଂ ଡିପାର୍ଟମେଂଟ/ ବୋର୍ଡ/ ନିଗମକୁ ଜଳ ଯୋଗାଣକୁ ପ୍ରାଥମିକତା ଦେବା ଆବଶ୍ୟକ । ବିଶେଷ କରି ବର୍ତମାନ ପରିସ୍ଥିତିରେ ପାଣି ଅଭାବ ଦେଖାଦେଇଥବା ଅଂଚଳ ପ୍ରତି ଅଧିକ ଦୃୃଷ୍ଟି ଦେବାକୁ ପଡିବ । ରିଲିଫ ଶିବିର, କ୍ୱାରେଂଟାଇନ୍ ସ୍ଥାନ, ହସପିଟାଲ୍‌, ବୃଦ୍ଧାଶ୍ରମ, ସହରତଳି ବସ୍ତି ଅଂଚଳ ପ୍ରତି ବିଶେଷ ଯତ୍ନବାନ ହେବା ଜରୁରୀ । କୋଭିଡ-୧୯ର ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତ ହେଉଥିବା ଯୋଜନାରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ସ୍ଥାନ ଦେଲେ ଭଲ ହେବ ।

ପାଣିର ସ୍ୱଚ୍ଛତା ଓ ଗୁଣାତ୍ମକ ମାନ ବଢାଇବାକୁ ହେଲେ ବିଶୋଧନ ପାଇଁ କ୍ଲୋରିନ୍ ଟାବଲେଟ୍ , ବ୍ଲିଂଚିଂ ପାଉଡର, ସୋଡିୟମ ହାଇପୋକ୍ଲୋରାଇଟ୍ ସଲ୍ୟୁସନ , ଆଲୁମ ବ୍ୟବହାର କରିବା ଉଚିତ । ପାଣି ବିଶୋଧନ ପାଇଁ କେମିକାଲ ସବୁ ମିଳୁଛି କି ନାହିଁ , ସେ ବାବଦରେ ରାଜ୍ୟ ସରକାରମାନେ ସମୀକ୍ଷା କରିପାରିବେ । ଯଦି ପାଣି ବିଶୋଧନ ପାଇଁ କେମିକାଲର ଅଭାବ ଦେଖାଯାଏ, ତାହା ହେଲେ ଅନ୍ୟ କେଉଁଠୁ ଏସବୁ ଆଣିବା ପାଇଁ ରାଜ୍ୟ ସରକାରମାନେ ପଦକ୍ଷେପ ନେଇପାରିବେ । ପାଣି ବିଶୋଧନକାରୀ କେମିକାଲ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଆସୁଥିବାରୁ ଏହାର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ଦରକାର । ପ୍ରଶିକ୍ଷିତ ଗ୍ରାମବାସୀଙ୍କୁ ଯଥେଷ୍ଟ ପରିମାଣରେ ଫିଲ୍ଡ ଟେଷ୍ଟ କିଟ୍ ଯୋଗାଇବା ଦରକାର । ଫଳରେ ଯୋଗାଣ ହେଉଥିବା ଜଳର ସ୍ୱଚ୍ଛତା ସଂପର୍କରେ ସେମାନେ ନିୟମିତ ବ୍ୟବଧାନରେ ପରୀକ୍ଷା କରିପାରିବେ । ଯଦି ଦୂଷିତ ଜଳର ଆଭାସ ମିଳେ, ତାହା ହେଲେ ସେମାନେ ତୁରନ୍ତ ଚେତାବନୀ ଜାରି କରିପାରିବେ । ପାଣିର ଉତ୍ସରୁ ଡେଲିଭରି ପଏଂଟ ଯାଏଁ ଜଳଯୋଗାଣ ବ୍ୟବସ୍ଥାର କାଯ୍ୟ ର୍କାରିତା ନିଶ୍ଚିତ କରିବାକୁ ୨୪ ଘଂଟିଆ ତଦାରଖ ବ୍ୟବସ୍ଥା କରାଯାଇପାରେ ।

ପିଏଚଇଡିର ଅଧିକାରୀଙ୍କ ପାଇଁ ମାସ୍କ, ସାନିଟାଇଜର ବ୍ୟବସ୍ଥା କରିବା ଆବଶ୍ୟକ । ବିଶେଷ କରି ଅପରେସନ ଓ ମେଂଟେନାନସ୍ କର୍ମଚାରୀଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବା ଦରକାର । ଯଦି କୌଣସି କର୍ମଚାରୀ ସଂକ୍ରମିତ ହୁଅନ୍ତି,ତାହା ହେଲେ ବିକଳ୍ପ ବ୍ୟବସ୍ଥା ରହିବା ଜରୁରୀ । ବର୍ତମାନ ସ୍ଥିତିରେ ପାନୀୟ ଜଳର ଆବଶ୍ୟକତା ବଢିପାରେ । ଲୋକେ ଯଦି ପବ୍ଲିକ ଷ୍ଟାଂଡ୍ ପୋଷ୍ଟରୁ ପାଣି ଆଣିବାକୁ ଯିବେ, ତାହା ହେଲେ ସାମାଜିକ ଦୂରତ୍ୱ ନିଶ୍ଚିତ ପାଇଁ ଜଳ ଯୋଗାଣର ସମୟସୀମା ବୃଦ୍ଧି କରାଯାଇପାରେ । ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ଆହୁରି ଦୃଢ କରାଯାଇପାରେ । ଯଦି କୌଣସି କାରଣରୁ ଜଳ ଯୋଗାଣ ବ୍ୟାହତ ହୁଏ, ତାହା ହେଲେ ଏ ବାବଦରେ ସହଜରେ କର୍ତୃୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ ।

ABOUT THE AUTHOR

...view details