ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟା ମଧ୍ୟରେ 1993 ନୂଆ କୋରୋନା ପଜିଟିଭ, 73 ମୃତ୍ୟୁ ରେକର୍ଡ - ଲକଡାଉନ 2.0

corona-live-the-total-number-of-covid19-positive-cases-in-india-rises-to-35043
ଦେଶରେ 24 ଘଣ୍ଟା ମଧ୍ୟରେ 1993 ନୂଆ କୋରୋନା ପଜିଟିଭ ଓ 73 ମୃତ୍ୟୁ ରେକର୍ଡ

By

Published : May 1, 2020, 9:22 AM IST

Updated : May 1, 2020, 9:39 AM IST

09:32 May 01

ରାଜସ୍ଥାନରେ 33ଟି ନୂତନ କୋରୋନା ପଜିଟିଭ, 3 ମୃତ୍ୟୁ ରେକର୍ଡ

ରାଜସ୍ଥାନରେ 33ଟି ନୂତନ କୋରୋନା ପଜିଟିଭ, 3 ମୃତ୍ୟୁ ରେକର୍ଡ

ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ:  

ଆଜି ରାଜସ୍ଥାନରେ 33ଟି ନୂତନ କୋରୋନା ପଜିଟିଭ ମାମଲା ଓ 3ଟି ମୃତ୍ୟୁ ରିପୋର୍ଟ ହୋଇଛି ।  ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 2617ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି ।  

08:56 May 01

ଦେଶରେ 24 ଘଣ୍ଟା ମଧ୍ୟରେ 1993 ନୂଆ କୋରୋନା ପଜିଟିଭ, 73 ମୃତ୍ୟୁ ରେକର୍ଡ

ଦେଶରେ 24 ଘଣ୍ଟା ମଧ୍ୟରେ 1993 ନୂଆ କୋରୋନା ପଜିଟିଭ, 73 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 1993ଟି ନୂଆ କୋରୋନା ପଜିଟିଭ ଓ 73ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 35043କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1147ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମୋଟ 35043 ମାମଲା ମଧ୍ୟରୁ 25007 ଜଣ ଚିକିତ୍ସିତ ହେଉଥିବା ବେଳେ 8889 ଜଣ ଡିସଚାର୍ଜ ହୋଇଥିବା ଜଣାପଡିଛି ।  

ମହାରାଷ୍ଟ୍ରରେ ସର୍ବାଧିକ 10498 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 4395, ଦିଲ୍ଲୀରେ 3515, ରାଜସ୍ଥାନରେ 2584, ଉତ୍ତରପ୍ରଦେଶରେ 2203, ତାମିଲନାଡୁରେ 2323, ଆନ୍ଧ୍ରପ୍ରଦେଶରେ 1403,  ତେଲେଙ୍ଗାନା 1038, କର୍ଣ୍ଣାଟକରେ 565 ଓ କେରଳରେ 497 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 459 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 214, ମଧ୍ୟପ୍ରଦେଶରେ 137, ଦିଲ୍ଲୀରେ 59, ତେଲେଙ୍ଗାନାରେ 26, ତାମିଲନାଡୁରେ 27, କର୍ଣ୍ଣାଟକରେ 21 ଓ ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : May 1, 2020, 9:39 AM IST

ABOUT THE AUTHOR

...view details