ଓଡିଶା

odisha

ETV Bharat / bharat

କୋରୋନା ପ୍ରଭାବ: ବାତିଲା ହେଲା 17 ବଡ ବଡ ଟେକ୍ ଇଭେଣ୍ଟ - ଟେକ ଇଭେଣ୍ଟ ବାତିଲ

ବିଶ୍ବ ପାଇଁ ମହାମାରୀ ସାବ୍ୟସ୍ତ ହୋଇଥିବା କୋରୋନା ଏବେ ବିଶ୍ବବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାଠାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଦିଆଯାଉଛି ପ୍ରାଧାନ୍ୟ । ଫଳରେ ବାତିଲ ହୋଇଛି ଚଳିତବର୍ଷର 17 ବଡ ଟେକ ଇଭେଣ୍ଟ ସେମତ ମୋଟ 65ଟି ଇଭେଣ୍ଟ ।

corona impact, tech events got cancelled, corona impacts tech world, କୋରୋନା ପ୍ରଭାବ, ଟେକ ଇଭେଣ୍ଟ ବାତିଲ, କୋରୋନାର ଟେକ ଦୁନିଆ ଉପରେ ପ୍ରଭାବ
କୋରୋନା ପ୍ରଭାବ: ବାତିଲା ହେଲା 17 ବଡ ବଡ ଟେକ୍ ଇଭେଣ୍ଟ

By

Published : Apr 3, 2020, 11:34 PM IST

ହାଇଦ୍ରାବାଦ: ଦେଖୁ ଦେଖୁ କିଛି ଦିନ ମଧ୍ୟରେ ଗଡିଲାଣି ହଜାର ହଜାର ମୁଣ୍ଡ । ଲକ୍ଷ ଲକ୍ଷ ଲୋକେ ଏହି ଭୟଙ୍କର ସଂକ୍ରମଣରେ ଆକ୍ରାନ୍ତ । ବିଶ୍ବ ପାଇଁ ମହାମାରୀ ସାବ୍ୟସ୍ତ ହୋଇଥିବା କୋରୋନା ଏବେ ବିଶ୍ବୂବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାଠାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଦିଆଯାଉଛି ପ୍ରାଧାନ୍ୟ । ଫଳରେ ବାତିଲ ହୋଇଛି ଚଳିତବର୍ଷର 17 ବଡ ଟେକ ଇଭେଣ୍ଟ ସେମତ ମୋଟ 65ଟି ଇଭେଣ୍ଟ ।

ତେବେ କ’ଣ ରହିଛି ସେସବୁ ଇଭେଣ୍ଟ, ପଢନ୍ତୁ :

1- ଇଲେକ୍ଟ୍ରୋନିକ ଏଣ୍ଟରଟେନମେଣ୍ଟ ଏକ୍ସପୋ (ଇ3 ଏକ୍ସପୋ)

2- ଖୋଲା ମଞ୍ଚ ଛାଡି ଏବେ ଅନଲାଇନରେ ହେବ ଆପଲ ୱାର୍ଲଡୱାଇଡ ଡେଭେଲପର୍ସ କନଫରେନ୍ସ (ଡବ୍ଲୁଡବ୍ଲୁଡିସି)

3- ଭର୍ଚୁଆଲ ଇଭେଣ୍ଟରେ ପରିଣତ ହୋଇଛି ଆଡୋବ ସମିଟ

4- ବାତିଲ ହୋଇଛି ଏଜିଲିଟି 2020 ଇଭେଣ୍ଟ

5- ମେ’ ମାସରେ ହେବାକୁ ଥିବା ମାଇକ୍ରୋସଫ୍ଟ ବିଲ୍ଡ ଡେଭେଲପର୍ସ କନଫରେନ୍ସ ଅନଲାଇନ ହେବା ନେଇ ନିଷ୍ପତ୍ତି ନିଆଯାଇଛି

6- ସେହିପରି ଜୁନରେ ହେବାକୁ ଥିବା ସିସ୍କୋ ଲାଇଭ ବି ଅନଲାଇନ ହେବା ନେଇ ଘୋଷଣା ହୋଇଛି

7- ଏନଭିଆଇଡିଆଇଏ ଜିଟିସି 2020କୁ ଅନଲାଇନରେ ସଞ୍ଚାଳନ କରାଇବା ନେଇ ଚିନ୍ତା କରାଯାଇଛି

8- ଚଳିତ ମାସ ହେବାକୁ ଥିବା ରେଡ ହ୍ୟାଟ ସମିଟ ମଧ୍ୟ ଅନଲାଇନକୁ ପରିବର୍ତ୍ତନ କରାଯାଇଛି

9- କୋରୋନାର ପ୍ରଭାବ ଜାରି ରହିଥିବାରୁ ଫେବୃଆରୀ 24ରୁ 27 ଯାଏଁ ହେବାକୁ ଥିବା ମୋବାଇଲ ୱାର୍ଲଡ କଂଗ୍ରେସ ଏମଡବ୍ଲୁସି ବାର୍ସିଲୋନା ବାତିଲ ହୋଇଛି

10- ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏପ୍ରିଲ 6ରୁ 8 ଯାଏଁ ହେବାକୁ ଥିବା ଗୁଗୁଲ କ୍ଲାଉଡ ନେକ୍ସଟକୁ ଅନଲାଇନ କରାଯିବ

11- କାଲିଫର୍ଣ୍ଣିଆର ସାନ୍‌ ଜୋସରେ ମେ 6ରୁ 8 ଯାଏଁ ହେବାକୁ ଥିବା ଫେସବୁକ ଏଫ8କୁ ବାତିଲ କରାଯାଇଛି

12- ମାର୍ଚ୍ଚ ମାସ 15ରୁ 20 ଭିତରେ ଅନଲାଇନରେ ଶେଷ ହୋଇଛି ମାଇକ୍ରୋସଫ୍ଟ ଏମଭିପି ଗ୍ଲୋବାଲ ସମିଟ

13- କାଲିଫର୍ଣ୍ଣିଆର ସନିଭେଲରେ ଏପ୍ରିଲ ମାସ ଶେଷ ଆଡକୁ ହେବାକୁ ଥିବା ଗୁଗୁଲ ନ୍ୟୁଜ ଇନିସିଏଟିଭ ସମିଟ ବାତିଲ ହୋଇଛି

14- ସେହିପରି ମାର୍ଚ୍ଚରେ ହେବାକୁ ଥିବା ଫେସବୁକ ଗ୍ଲୋବାଲ ମାର୍କେଟିଂ ସମିଟ ବାତିଲ ହୋଇଛି

15- ଅନଲାଇନରେ ଶେଷ ହୋଇଛି ସେଲ୍ସଫୋର୍ସ ୱାର୍ଲଡ ଟୁର ସିଡନୀ ଇଭେଣ୍ଟ

16- ସେହିପରି ଅନଲାଇନରେ ସଞ୍ଚାଳିତ ହେବ ସୋଫି ୟୁନାଇଟ 2020 ଡେଭେଲପର୍ସ କନଫରେନ୍ସ

17- ଅନ୍ୟପଟେ ଅନଲାଇନରେ ଶେଷ ହୋଇଛି ଓଟାୱାର ସଲ୍ଟ ଲେକ ସିଟିରେ ଆୟୋଜିତ ଡୋମୋପାଲୁଜା ଇଭେଣ୍ଟ

ABOUT THE AUTHOR

...view details