ଡେରାଡୁନ: ମହାମାରୀ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ମଧ୍ୟ ଦିନକୁ ଦିନ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କୋରୋନା ସନ୍ଦିଗ୍ଧ ଭାବେ ନୈନିତାଲରେ ଜିଲ୍ଲାରେ 70 ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଖାଯାଇଛି । ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର ।
ସ୍ବାସ୍ଥ୍ୟ ସଚିବ କହିବା ଅନୁସାରେ, ଫ୍ରାନ୍ସ ,ଜର୍ମାନୀ,ସ୍ପେନ,ମାଲେସିୟା ଭଳି 11ଟି ଦେଶର ବିଦେଶୀ ପର୍ଯ୍ୟଟକଙ୍କୁ ମେଡିକାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଖାଯାଇଛି । ସମସ୍ତ ବିଦେଶୀଙ୍କ ଭିସାକୁ ବାତିଲ କରାଯାଇଛି ଓ ସେମାନଙ୍କ ଭିସା ଗୁଡିକ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଯାଞ୍ଚ କରାଯାଉଛି ।