ଚେନ୍ନାଇ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 70 ହଜାର ପାଖାପାଖି ପହଞ୍ଚିଲାଣି । ଏଥିରୁ ମହାରାଷ୍ଟ୍ରରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି । ଏହା ପଛକୁ ତାମିଲନାଡୁ ଓ ଗୁଜରାଟରେ ଅବସ୍ଥା ସାଙ୍ଘାତିକ ହୋଇଛି ।
ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହି 2 ରାଜ୍ୟର ପଜିଟିଭ ସଂଖ୍ୟା 10 ହଜାର ଅଭିମୁଖେ ଆଗଉଛି । ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ସୋମବାର 798ଟି ନୂଆ କେସ ବାହାରିଛି । ଏହାସହ 6 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8000 ପାର କରି 8002 ଛୁଇଁଛି । ଏମାନଙ୍କ ମଧ୍ୟରୁ 5895ଟି ମାମଲା ଆକ୍ଟିଭ ରହିଛି । ଏହାସହ ମୋଟ 53 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 2051 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।