ଓଡିଶା

odisha

By

Published : Sep 9, 2020, 3:31 PM IST

ETV Bharat / bharat

ଅକ୍ଟୋବର 15ରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ, ଆସନ୍ତା ସପ୍ତାହରେ ସ୍ତମ୍ଭ ଟେଷ୍ଟିଙ୍ଗ୍

ଅକ୍ଟୋବର 15 ରୁ ଆରମ୍ଭ ହେବ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟ । ଏହାପୂର୍ବରୁ ଆସନ୍ତା ସପ୍ତାହ 15 କିମ୍ବା 17 ସେପ୍ଟେମ୍ବରରୁ ପ୍ରଥମ ସ୍ତମ୍ଭର କାର୍ଯ୍ୟ ଆରମ୍ଭ ହେବ, ଯାହାର ପରୀକ୍ଷଣ ପ୍ରାୟ ଏକ ମାସ ଧରି ଚାଲିବ । ଅଧିକ ପଢନ୍ତୁ...

ଅକ୍ଟୋବର 15ରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ, ଆସନ୍ତା ସପ୍ତାହରେ ସ୍ତମ୍ଭ ଟେଷ୍ଟିଙ୍ଗ୍
ଅକ୍ଟୋବର 15ରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ, ଆସନ୍ତା ସପ୍ତାହରେ ସ୍ତମ୍ଭ ଟେଷ୍ଟିଙ୍ଗ୍

ଲକ୍ଷ୍ନୌ: ଅକ୍ଟୋବର 15 ରୁ ଆରମ୍ଭ ହେବ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟ । ଏହାପୂର୍ବରୁ ଆସନ୍ତା ସପ୍ତାହ 15 କିମ୍ବା 17 ସେପ୍ଟେମ୍ବରରୁ, ପଥମ ସ୍ତମ୍ଭର କାର୍ଯ୍ୟ ଆରମ୍ଭ ହେବ, ଯାହାର ପରୀକ୍ଷଣ ପ୍ରାୟ ଏକ ମାସ ଧରି ଚାଲିବ । ଏହା ପରେ ମାନଚିତ୍ର ଅନୁଯାୟୀ 15 ଅକ୍ଟୋବରରୁ 1199 ଅନ୍ୟ ସ୍ଥାନରେ ବାକି ସ୍ତମ୍ଭ ତିଆରି କାର୍ଯ୍ୟ ଆରମ୍ଭ ହେବ । ଯାହା ପରେ ରାମ ଜନ୍ମଭୂମି ନିର୍ମାଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେବ ।

ରାମ ଜନ୍ମଭୂମି ମନ୍ଦିରର ମାନଚିତ୍ର ଅନୁଯାୟୀ, 1200 ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ 1 ମିଟର ବ୍ୟାସ ଏବଂ 100 ଫିଟ୍ ଗଭୀର ସ୍ତମ୍ଭ ପ୍ରସ୍ତୁତ କରାଯିବ, ଯାହା ରାମ ମନ୍ଦିରର ଭିତ୍ତିଭୂମି ଗଠନ ପାଇଁ ଏକ ବିମ୍ ମାଧ୍ୟମରେ ସଂଯୋଗ ହେବ । ସର୍ବପ୍ରଥମେ, ଆସନ୍ତା ସପ୍ତାହ ଅର୍ଥାତ୍ 15 କିମ୍ବା 17 ସେପ୍ଟେମ୍ବର ଠାରୁ, 1 ମିଟର ବ୍ୟାସ ଏବଂ 100 ଫୁଟ ଗଭୀର କୂଅ ଖୋଳାଯିବ । ଏଥିରେ ଏକ ସ୍ତମ୍ଭର ପିଲିଂ କରାଯିବ ଏବଂ ତା’ପରେ ଏହାର ପରୀକ୍ଷା କରାଯିବ । ଏହି ପରୀକ୍ଷା ପ୍ରାୟ ଏକ ମାସ ଚାଲିବ । ପରୀକ୍ଷଣ ସଫଳ ପରେ 1199 ସ୍ଥାନରେ ଏହିପରି ସ୍ତମ୍ଭ ପ୍ରସ୍ତୁତ କରାଯିବ ।

ବର୍ତ୍ତମାନ, ଫାଉଣ୍ଡେସନ ଗାତ ଖୋଳିବା ପାଇଁ ଏକ ମେସିନ ଅଣାଯାଇଛି, ଯାହାକୁ ରିଗ୍ ମେସିନ କୁହାଯାଏ । ତେବେ ରାମ ମନ୍ଦିର ନିର୍ମାଣର ସମ୍ପୂର୍ଣ୍ଣ କାର୍ଯ୍ୟ ଅକ୍ଟୋବର 15 ରୁ ଆରମ୍ଭ ହେବ ବୋଲି କୁହାଯାଇଛି ।

ABOUT THE AUTHOR

...view details