ଓଡିଶା

odisha

ETV Bharat / bharat

ବାରଣାସୀ ପାଇଁ କଂଗ୍ରେସର ଇସ୍ତାହାର, ଏମ୍ସ ଓ ମେଟ୍ରୋ ଚଳାଇବାକୁ ପ୍ରତିଶୃତି

ବାରଣାସୀ ପାଇଁ କଂଗ୍ରେସର ସ୍ବତନ୍ତ୍ର ଇସ୍ତାହାର ଉନ୍ମୋଚନ । ନୂଆ ଏମ୍ସ ଓ ମେଟ୍ରୋ ଟ୍ରେନର ଘୋଷଣା ପତ୍ରରେ ପ୍ରକାଶ କରିଛି ଦଳ ।

By

Published : May 15, 2019, 12:24 PM IST

ଫାଇଲ ଫଟୋ

ବାରଣାସୀ: ସାରା ଦେଶର ନଜରରେ ଥିବା ସଂସଦୀୟ କ୍ଷେତ୍ର ବାରଣାସୀରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 19ରେ ହେବ ମତଦାନ । ଯେଉଁଠି ନିର୍ବାଚନ ଲଢୁଛନ୍ତି ନରେନ୍ଦ୍ର ମୋଦୀ । ପୂର୍ବ ନିର୍ବାଚନରେ ପଦ୍ମ ଫୁଟାଇ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦୀ ଚଳିତ ନିର୍ବାଚନରେ ଆସନ ବଜାୟ ରଖିବା ପାଇଁ କରିଛନ୍ତି ହାଇ ପ୍ରୋଫାଇଲ ରାଲି, ଜନସଭା ଓ ଅନେକ ଯୋଜନା । କଂଗ୍ରେସ ଏଠାରେ ମଧ୍ୟ ପଛରେ ରହିଯାଇନାହିଁ । ଦଳ ଅଜୟ ରାୟଙ୍କୁ ପ୍ରାର୍ଥୀ କରିବା ସହ ମୋଦୀଙ୍କୁ ରୋକିବା ପାଇଁ ଚଳାଇଛି ଜୋରଦାର ପ୍ରୟାସ ।

କଂଗ୍ରେସ ନିଜ ପ୍ରାର୍ଥୀକୁ ଜିତାଇବା ପାଇଁ ଜାରି କରିଛି ସ୍ବତନ୍ତ୍ର ଇସ୍ତାହାର । ମଙ୍ଗଳବାର ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଣ୍ଡୁ ପାଠକ ଏବଂ ପ୍ରାର୍ଥୀ ହୋଇଥିବା ଅଜୟ ରାୟ ଘୋଷଣାପତ୍ର ଉନ୍ମୋଚନ କରିଥିଲେ । ଏଥିରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ସ୍ଥାନ ଦେଇଛି ଅନେକ ଆକର୍ଷଣୀୟ ଯୋଜନା ।

ସଂସଦୀୟ କ୍ଷେତ୍ରରେ ଏମ୍ସ ମେଡିକାଲ ନିର୍ମାଣ କରିବା ସହ ସହରରେ ମେଟ୍ରୋ ରେଳ ପ୍ରକଳ୍ପ କରିବା ପାଇଁ ଦଳ ଇସ୍ତାହାରରେ ପ୍ରକାଶ କରିଛି । ସେହିପରି କେନ୍ଦ୍ରୀୟ ସାହିତ୍ୟ ସଂସ୍ଥାନ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଦଳ ପ୍ରତିଶୃତି ଦେଇଛି ।

For All Latest Updates

ABOUT THE AUTHOR

...view details