ଶ୍ରୀନଗର: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକ ରଖାଯାଇଛି । ସେ ଜମ୍ମୁ ପ୍ରଦେଶ କଂଗ୍ରେସ କମିଟିର ବୈଠକରେ ଯୋଗ ଦେବାକୁ ଯାଉଥିଲେ । ତେବେ ତାଙ୍କୁ ବୈଠକ ସହ ତାଙ୍କ ଘରକୁ ଯିବାକୁ ଅନୁମତି ମିଳିନି । ଜମ୍ମୁ ବିମାନ ବନ୍ଦରରେ ଅଟକ ରଖିବା ପରେ ତାଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଛି ।
ଗୁଲାମ ନବି ଆଜାଦ ଜମ୍ମୁ ବିମାନ ବନ୍ଦରରେ ଅଟକ
ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକ ରଖିବା ପରେ ତାଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଛି ।
ଗୁଲାମ ନବି ଆଜାଦ ଜିଲ୍ଲୀରୁ ବିମାନ ନେଇ ଜମ୍ମୁ ପହଞ୍ଚିଥିଲେ । ଅପରାହ୍ନ 2 ଟା 55 ମିନିଟ ସମୟରେ ଜମ୍ମୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ତାଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଅଗଷ୍ଟ 5 ରେ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ଏବଂ ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପରେ ସେଠାକାର ଅନେକ ନେତାଙ୍କୁ ପୋଲିସ ହେପାଜତରେ ରଖାଯାଇଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲା ଏବଂ ମେହବୁବା ମୁଫ୍ତିଙ୍କୁ ମଧ୍ୟ ଗୃହବନ୍ଦୀ କରି ରଖାଯାଇଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଗୁଲାମ ନବି ଆଜାଦଙ୍କୁ ଅଗଷ୍ଟ 8 ରେ ଶ୍ରୀନଗରରେ ଅଟକ ରଖି ଦିଲ୍ଲୀ ପଠାଇ ଦିଆଯାଇଥିଲା ।