ଓଡିଶା

odisha

ETV Bharat / bharat

ଜମ୍ମୁ କଶ୍ମୀରରେ ଏକାଠି ଲଢିବେ କଂଗ୍ରେସ-ଏନସି

ଅନନ୍ତନାଗ, ବାରାମୂଲା ଓ ଲାଦାଖ ଲୋକସଭା ଆସନରେ କଂଗ୍ରେସ ଓ ଏନସି ମଧ୍ୟରେ ମିତ୍ରତାପୂର୍ଣ୍ଣ ପ୍ରତିଯୋଗିତା ହେବ ବୋଲି କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବି ଆଜାଦ କହିଛନ୍ତି । ଜମ୍ମୁ କଶ୍ମୀରର ୬ଟି ଲୋକସଭା ଆସନ ରହିଛି । ଏପ୍ରିଲ ୧୧, ୧୮, ୨୩, ୨୯ ଓ ମେ ୬ ଯାଏଁ ଏଠାରେ ୬ ଟି ପର୍ଯାୟରେ ଭୋଟ ଗ୍ରହଣ ହେବ ।

By

Published : Mar 21, 2019, 5:16 PM IST

ଡିଜାଇନ ଫଟୋ

ଶ୍ରୀନଗର: ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ଗଢି ନିଜ ନିଜ ବିଜୟକୁ ସୁନିଶ୍ଚିତ କରିବାକୁ ଲାଗି ପଡିଛନ୍ତି ରାଜନୈତକ ଦଳ । ଏହି କ୍ରମରେ ଜମ୍ମୁ କଶ୍ମୀରରେ କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନସି) ମଧ୍ୟରେ ହୋଇଛି ମେଣ୍ଟ । କଂଗ୍ରେସ ଜମ୍ମୁ ଓ ଉଧମପୁର ଲୋକସଭା ଆସନରୁ ନିର୍ବାଚନ ଲଢିବ । ଅନ୍ୟପକ୍ଷେ ଫାରୁକ ଅବ୍ଦୁଲ୍ଲା ଶ୍ରୀନଗର ଲୋକସଭା ଆସନରୁ ଲଢିବେ ନିର୍ବାଚନ ।

ସେହିପରି ଅନନ୍ତନାଗ, ବାରାମୂଲା ଓ ଲାଦାଖ ଲୋକସଭା ଆସନରେ କଂଗ୍ରେସ ଓ ଏନସି ମଧ୍ୟରେ ମିତ୍ରତାପୂର୍ଣ୍ଣ ପ୍ରତିଯୋଗିତା ହେବ ବୋଲି କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବି ଆଜାଦ କହିଛନ୍ତି । ଜମ୍ମୁ କଶ୍ମୀରର ୬ଟି ଲୋକସଭା ଆସନ ରହିଛି । ଏପ୍ରିଲ ୧୧, ୧୮, ୨୩, ୨୯ ଓ ମେ ୬ ଯାଏଁ ଏଠାରେ ୬ ଟି ପର୍ଯାୟରେ ଭୋଟ ଗ୍ରହଣ ହେବ ।

ଫାରୁକ ଅବ୍ଦୁଲ୍ଲା କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ ଜମ୍ମୁ କଶ୍ମୀର ଉପରେ ପଡୁଛି । ଏଥିରୁ ମୁକ୍ତି ପାଇବାକୁ ହେଲେ ଧର୍ମନିରପେକ୍ଷ ଶକ୍ତିର ଆବଶ୍ୟକତା ରହିଛି । ନିର୍ବାଚନ ଧର୍ମ ଆଧାରରେ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଯଦି ଏପରି ପରସ୍ପର ମଧ୍ୟରେ ଲଢେଇ କରୁଥିବା ତାହାଲେ ଏହାର ଲାଭ ଚୀନ ଉଠାଇବ । ଏହି ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ କଂଗ୍ରେସ ବହୁ ବଳିଦାନ ଦେଇଛି ବୋଲି ସେ କହିଛନ୍ତି ।

For All Latest Updates

ABOUT THE AUTHOR

...view details