ଓଡିଶା

odisha

ETV Bharat / bharat

ଅନ୍ତିମ ଅଧିବେଶନ ପାଇଁ ହ୍ବିପ ଜାରି କଲା କଂଗ୍ରେସ

ଆଜିଠାରୁ ପୁରା ଏକ ସପ୍ତାହ ଧରି ଚାଲିବାକୁ ଥିବା ସଦନରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଅନିବାର୍ଯ୍ୟ କୁହାଯାଇଛି । ସମସ୍ତ ପାର୍ଟିର ସାଂସଦଙ୍କୁ ଫେବୃଆରୀ 4ରୁ 8ଯାଁଏ ସଦନରେ ଉପସ୍ଥିତ ରହିବାକୁ କୁହାଯାଇଛି ।

By

Published : Feb 4, 2019, 10:39 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ଲୋକସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ହ୍ବିପ ଜାରି କରିଛି କଂଗ୍ରେସ । ଆଜିଠାରୁ ପୁରା ଏକ ସପ୍ତାହ ଧରି ଚାଲିବାକୁ ଥିବା ସଦନରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଅନିବାର୍ଯ୍ୟ କୁହାଯାଇଛି । ସମସ୍ତ ପାର୍ଟିର ସାଂସଦଙ୍କୁ ଫେବୃଆରୀ 4ରୁ 8ଯାଁଏ ସଦନରେ ଉପସ୍ଥିତ ରହିବାକୁ କୁହାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହା ଅନ୍ତିମ ଅଧିବେଶନ ଥିବାରୁ ଶାସକ ଓ ବିରୋଧି ନିଜନିଜ ପକ୍ଷ ରଖିବେ ।

ମିଳିଥିବା ଖବର ଅନୁସାରେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଓ ଅନ୍ତରୀଣ ବଜେଟ ଉପରେ ହେଉଥିବା ଚର୍ଚ୍ଚାରେ ଉପସ୍ଥିତ ରହିବାକୁ କଂଗ୍ରେସ ପକ୍ଷରୁ ନିଜ ସମସ୍ତ ସଦସ୍ୟଙ୍କୁ କୁହାଯାଇଛି ।

ଲୋକସଭାରେ କଂଗ୍ରେସର ମୁଖ୍ୟ ସଚେତକ ଜ୍ୟୋତିଆଦିତ୍ୟ ସିନ୍ଧିଆ ପାର୍ଟିର ସମସ୍ତ ସଦସ୍ୟଙ୍କୁ ଏହି ସପ୍ତାହ ସୋମବାର ଠାରୁ ଶୁକ୍ରବାର ଯାଁଏ ସଦନରେ ଉପସ୍ଥିତ ରହିବାକୁ କହିଛନ୍ତି । ଫେବୃଆରୀ 1ରେ ଅନ୍ତରୀଣ ବଜେଟ ଉପସ୍ଥାପନ ହେବା ପରେ ବାଚସ୍ପତି ସୁମିତ୍ରା ମହାଜନ ସଂସଦକୁ ସୋମବାର ଯାଁଏ ସ୍ଥଗିତ ରଖିଥିଲେ ।

For All Latest Updates

ABOUT THE AUTHOR

...view details