ଓଡିଶା

odisha

ETV Bharat / bharat

ପାଟନା ସାହେବରୁ ରବିଶଙ୍କର ପ୍ରସାଦଙ୍କୁ ଟକ୍କର ଦେବେ ଶତ୍ରୁଘ୍ନ

ବିଜେପିର ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ମିଳିଛି ବିହାର ପାଟନା ସାହେବରୁ ଟିକେଟ । ସେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦଙ୍କୁ ଦେବେ ଟକ୍କର ।

By

Published : Apr 6, 2019, 8:44 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ରାଜନୈତିକ ଦଳ । ଦଳଗୁଡିକ ତରଫରୁ ପ୍ରାୟଦିନ ଘୋଷଣା କରାଯାଇଛି ଦଳୀୟ ପ୍ରାର୍ଥୀଙ୍କ ନାମ । ଏହି କ୍ରମରେ କଂଗ୍ରେସ ଆଜି ଜାରି କରିଛି ଆଉ ଏକ ପ୍ରାର୍ଥୀ ତାଲିକା । ଏଥିରେ ବିହାର, ହିମାଚଳପ୍ରଦେଶ ଓ ପଞ୍ଜାବର ୫ଟି ଆସନ ପାଇଁ ଘୋଷଣା କରାଯାଇଛି ପ୍ରାର୍ଥୀଙ୍କ ନାଁ ।

ଫଟୋ ସୌଜନ୍ୟ: ଏଏନଆଇ

ବିଜେପିର ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ମିଳିଛି ବିହାର ପାଟନା ସାହେବରୁ ଟିକେଟ । ସେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦଙ୍କୁ ଦେବେ ଟକ୍କର ।

ସେହିପରି ହିମାଚଳପ୍ରଦେଶର ହାମିରପୁରରୁ ରାମଲାଲ ଠାକୁରଙ୍କୁ କଂଗ୍ରେସ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ପଞ୍ଜାବର ଖାଦୁର ସାହିବ ଆସନରୁ ଜାସବୀର ସିଂ ଗିଲ, ଫାତେଗଡ ସାହିବରୁ ଡଃ. ଅମର ସିଂ ଓ ଫରିଦକୋଟରୁ ମୋହଦ ସାଦିକ୍ୟୁଙ୍କୁ ମିଳିଛି ଟିକେଟ ।

ABOUT THE AUTHOR

...view details