ଓଡିଶା

odisha

ETV Bharat / bharat

ରାହୁଲଙ୍କ ଫଟୋରେ କାହାର ଏ ରହସ୍ୟମୟ ଆଙ୍ଗୁଳି !

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋରେ ଦେଖିବାକୁ ମିଳୁଛି ଏକ ରହସ୍ୟମୟ ଆଙ୍ଗୁଳି । ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଟ୍ରୋଲର ଶିକାର ହୋଇଛନ୍ତି ରାହୁଲ ।

ଫଟୋ ସୌଜନ୍ୟ: ସୋସିସାଲ ମିଡିଆ@ଟ୍ବିଟର

By

Published : Apr 8, 2019, 4:56 PM IST

ନୂଆଦିଲ୍ଲୀ: ସୋମବାର ଖବର କାଗଜରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ପ୍ରକାଶ ପାଇଥିଲା। ଯେଉଁ ଫଟୋରେ ସେ ଜଣେ ଗରିବ ମହିଳାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଫଟୋଟି କଂଗ୍ରେସ ପାର୍ଟି ପକ୍ଷରୁ ଦିଆଯାଇଥିବା ଏକ ବିଜ୍ଞାପନ ଥିଲା ଯେଉଁଥିରେ ରାହୁଲ ନିଜ ‘ନ୍ୟାୟ’ ଯୋଜନାର ପ୍ରଚାର କରୁଥିବା ନଜର ଆସିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ତେବେ ଏହି ଫଟୋରେ ଦେଖିବାକୁ ମିଳୁଛି ଏକ ରହସ୍ୟମୟ ଆଙ୍ଗୁଳି । ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଟ୍ରୋଲର ଶିକାର ହୋଇଛନ୍ତି ରାହୁଲ । ତେବେ କଣ ରହିଛି ଏହି ଫଟୋର ସତ୍ୟତା ।

ଦିଲ୍ଲୀ ବିଜେପି ପ୍ରବକ୍ତା ତେଜିନ୍ଦର ପାଲ୍ ସିଂହ ବାଗା ମଧ୍ୟ ଏହି ଫଟୋରେ ଦୃଶ୍ୟମାନ ହେଉଥିବା ରହସ୍ୟମୟ ଆଙ୍ଗୁଳିକୁ ନେଇ ପ୍ରଶ୍ନ କରିଛନ୍ତି । ବାଗା ଏହି ଫଟୋକୁ ଟ୍ବିଟ କରିବା ସହ ଲେଖିଛନ୍ତି, ' ଏହି ତୃତୀୟ ହାତଟି କାହାର‘@RahulGandhi ଆଜ୍ଞା । ମୁଁ ଆପଣଙ୍କୁ କାଲି କହିଥିଲି ଯେ, ଏକ ଭଲ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତ କରନ୍ତୁ।'

ବିଜେପି ପ୍ରବକ୍ତା ବାଗାଙ୍କ ଏହି ଟ୍ବିଟ ପରେ ଅନେକ ଲୋକେ ଉକ୍ତ ଫଟୋକୁ ଫେକ୍ କହିବା ସହ ରାହୁଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ । ଅନେକ ଲୋକେ ଏହାକୁ ଏଡିଟେଡ୍ ଫଟୋ ବୋଲି ମଧ୍ୟ କହିଥିଲେ । ତେବେ ଏହି ଘଟଣା ନୂଆ ନୁହେଁ ଯେବେ ସୋସିଆଲ ମିଡିଆରେ ରାହୁଲଙ୍କୁ ଟ୍ରୋଲ୍ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଅନେକ ଥର ସେ ଟ୍ରୋଲର ଶିକାର ହୋଇସାରିଛନ୍ତି ।

ତେବେ ପ୍ରକୃତ ଘଟଣା ହେଉଛି ଏହି ଫଟୋଟି ଅନେକ ଆଗରୁ କଂଗ୍ରେସର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରାଯାଇଥିଲା । ଆଉ ସେହି ଫଟୋରୁ ଏହା ସ୍ପଷ୍ଟ ହେଉଛି ଯେ, ଭାଇରାଲ ହେଉଥିବା ରାହୁଲଙ୍କ ଏହି ଫଟୋଟି କୌଣସି ଏଡିଟେଡ୍ ଫଟୋ ନୁହେଁ ।

ଏହି ଫଟୋଟି କଂଗ୍ରେସ ପାର୍ଟି 9 ଡିସେମ୍ବର ଦିନ ଟ୍ବିଟ କରିଥିଲା । ରାହୁଲ ଗାନ୍ଧୀଙ୍କ ଫଟୋଟି 8 ଡିସେମ୍ବର 2015ରେ ତାମିଲନାଡୁ ଏବଂ ପୁଡ୍ଡିଚେରୀରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଠାଯାଇଥିଲା ।

ଏହି ଫଟୋଟିକୁ ଦେଖିଲା ପରେ ଏହା ସ୍ପଷ୍ଟ ହେଉଛି ଯେ, ଉକ୍ତ ମହିଳାଙ୍କ ପିଠିରେ ଥିବା ହାତଟି ଜଣେ କଂଗ୍ରେସ ନେତାଙ୍କର ଅଟେ । ଯିଏ ଗରିବ ମହିଳାଙ୍କୁ ସାହାରା ଦେବାକୁ ଚେଷ୍ଟା କରିଥିଲେ ।

ABOUT THE AUTHOR

...view details