ଓଡିଶା

odisha

ETV Bharat / bharat

ସିଏଏ ଓ ଏନଆରସିକୁ ନେଇ ସଂସଦରେ ଧାରଣା ଦେବ କଂଗ୍ରେସ

ସଂସଦର ବଜେଟ ଅଧିବେଶନ ଆରମ୍ଭରୁ ସିଏଏ ଓ ଏନଆରସି କୁ ନେଇ ସଂସଦର ଗାନ୍ଧୀମୂର୍ତ୍ତି ନିକଟରେ ଧାରଣା ଦେବ କଂଗ୍ରେସ । ଅଧିକ ପଢନ୍ତୁ...

congress president sonia gandhi will sit on parliamentary campus today regarding caa and nrc
ସିଏଏ ଓ ଏନଆରସିକୁ ନେଇ ସଂସଦର ଧାରଣା ଦେବେ କଂଗ୍ରେସ ଅଧ୍ୟକ୍ଷା

By

Published : Jan 31, 2020, 4:57 AM IST

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆରମ୍ଭରୁ ନାଗରିକ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) କୁ ନେଇ ସଂସଦର ଗାନ୍ଧୀମୂର୍ତ୍ତି ନିକଟରେ ଧାରଣା ଦେବ କଂଗ୍ରେସ । ସୂଚନା ଅନୁସାରେ ଏହି ଧାରଣାରେ କଂଗ୍ରେସ ଦଳର ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଯୋଗଦେବେ । ରାହୁଲ ଗାନ୍ଧୀ ମଧ୍ୟ ଯୋଗଦେଇପାରନ୍ତି ବୋଲି ଜଣାପଡିଛି ।

କଂଗ୍ରେସ ପ୍ରଥମରୁ ସିଏଏ ଓ ଏନଆରସିକୁ ନେଇ ଜୋରଦାର ବିରୋଧ କରି ଆସୁଛି । କେନ୍ଦ୍ରର ମୋଦି ସରକାର ଦେଶର ଅର୍ଥନୀତି କ୍ଷେତ୍ରରେ ଦେଖାଦେଇଥିବା ବିଫଳତାକୁ ଏହା ମାଧ୍ୟମରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ କହିଛି ।

ଶୁକ୍ରବାରରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ବଜେଟର ପ୍ରଥମ ପର୍ଯ୍ୟାୟ 11 ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏହାର ଦ୍ବିତୀୟ ପର୍ଯ୍ୟାୟ 2 ମାର୍ଚ୍ଚରୁ ଆରମ୍ଭ ହୋଇ 3 ଏପ୍ରିଲରେ ଶେଷ ହେବ ।

ABOUT THE AUTHOR

...view details