ଓଡିଶା

odisha

ETV Bharat / bharat

ରଦ୍ଦ ହେବନି ରାହୁଲଙ୍କ ନାମାଙ୍କନ

ଆମେଠୀର ଜଣେ ସ୍ବାଧୀନ ପ୍ରାର୍ଥୀ ରାହୁଲଙ୍କ ନାମାଙ୍କନ ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରାଯାଇଥିଲା । ଆମେଠୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଧ୍ରୁବଲାଲଙ୍କ ଓକିଲ ରବି ପ୍ରକାଶ ନିର୍ବାଚନ ଅଧିକାରୀଙ୍କୁ ରାହୁଲଙ୍କ ନାଗରିକତା ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ତାଙ୍କ ପ୍ରାର୍ଥୀତ୍ବକୁ ରଦ୍ଦ କରିବାକୁ ଦାବି କରିଥିଲେ ।

ଫାଇଲ ଫଟୋ

By

Published : Apr 22, 2019, 7:47 PM IST

ନୂଆଦିଲ୍ଲୀ: ରଦ୍ଦ ହେବ ନାହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ । ତାଙ୍କ ନାମାଙ୍କନକୁ ବୈଧ ବୋଲି କହିଛନ୍ତି ରିଟର୍ଣ୍ଣିଂ ଅଧିକାରୀ । ବର୍ତ୍ତମାନ ରାହୁଲଙ୍କ ଆମେଠୀ ଆସନରୁ ପ୍ରାର୍ଥୀତ୍ବ ଉପରେ କୌଣସି ସଂଶୟ ନାହିଁ । କଂଗ୍ରେସ ଅଧ୍ୟକ୍ଷ ଆମେଠୀ ସହ କେରଳର ୱାୟନାଡ ଆସନରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି ।

ଆମେଠୀର ଜଣେ ସ୍ବାଧୀନ ପ୍ରାର୍ଥୀ ରାହୁଲଙ୍କ ନାମାଙ୍କନ ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରାଯାଇଥିଲା । ଆମେଠୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଧ୍ରୁବଲାଲଙ୍କ ଓକିଲ ରବି ପ୍ରକାଶ ନିର୍ବାଚନ ଅଧିକାରୀଙ୍କୁ ରାହୁଲଙ୍କ ନାଗରିକତା ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ତାଙ୍କ ପ୍ରାର୍ଥୀତ୍ବକୁ ରଦ୍ଦ କରିବାକୁ ଦାବି କରିଥିଲେ ।

ରାହୁଲ ବ୍ରିଟିଶ ନାଗରିକତା ଗ୍ରହଣ କରିଛନ୍ତି ବୋଲି ତାଙ୍କ ନାମାଙ୍କନ ରଦ୍ଦ କରାଯାଉ ବୋଲି ଦାବି କରାଯାଇଥିଲା । ରବି ପ୍ରକାଶ ବ୍ରିଟେନର ପଞ୍ଜିକୃତ ଏକ କମ୍ପାନୀର ନଥିପତ୍ରକୁ ଆଧାର କରି ଏହି ଅଭିଯୋଗ ଆଣିଥିଲେ । ଯାହାକୁ ଆମେଠୀର ଜିଲ୍ଲା କଲେକ୍ଟର ଖାରଜ କରିବା ସହ ରାହୁଲଙ୍କ ନାମାଙ୍କନକୁ ବଜାୟ ରଖିଛନ୍ତି ।

ABOUT THE AUTHOR

...view details