ଚନ୍ଦ୍ରବାବୁଙ୍କ ସହ ସ୍ୱର ମିଳାଇଲେ ରାହୁଲ - SPECIAL STATUS
ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଟିଡିପି ସହ ସ୍ୱର ମିଳାଇଲା କଂଗ୍ରେସ । ଦିଲ୍ଲୀରେ ଦିନିକିଆ ଅନଶନର ବସିଥିବା ଟିଡିପି ସୁୁପ୍ରିମୋଙ୍କ ସମାବେଶକୁ ଯାଇ ରାହୁଲ ସମର୍ଥନ କରିବା ସହ କେନ୍ଦ୍ରରେ ଶାସକ ଦଳ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି।
ଫଟୋ ସୌଜନ୍ୟ: ଏଏନଆଇ
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ୱର ମିଳାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ସେ ନିଜେ ଏହାକୁ ପୁରଣ କରୁନାହାନ୍ତି । ତେଣୁ ସେ ପ୍ରଧାନମନ୍ତ୍ରୀ ପଦର ଗାରିମା ନଷ୍ଟ କରିଥିବା ରାହୁଲ କହିଛନ୍ତି।