ଓଡିଶା

odisha

ETV Bharat / bharat

‘ମନର କଥା କହିବିନି, ହୃଦୟର କଥା ବୁଝିବି’ - intelligence

ୱାୟନାଡ ନିର୍ବାଚନୀ ସଭାରେ ରାହୁଲଙ୍କ ଉଦବୋଧନ। ମୋଦିଙ୍କୁ କାଉଣ୍ଟର। ମନର କଥା ଶୁଣିବା ପାଇଁ ନୁହେଁ, ହୃଦୟର କଥା ବୁଝିବା ପାଇଁ ଆସିଥିବା କହିଛନ୍ତି କଂଗ୍ରେସ ହାଇକମାଣ୍ଡ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Apr 17, 2019, 1:24 PM IST

ଥିରୁଅନନ୍ତପୁରମ: କେରଳ ୱାୟନାଡ ନିର୍ବାଚନୀ ସଭାରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ। ମୋଦିଙ୍କ ‘ମନ କି ବାତ’କୁ ତେରଛା ସମାଲୋଚନା କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ‘ମନ କି ବାତ’ କହିବାକୁ ନୁହେଁ, ଆପଣଙ୍କ ହୃଦୟର କଥାକୁ ବୁଝିବା ପାଇଁ ୱାୟନାଡ ଆସିଛି ବୋଲି କହିଛନ୍ତି ରାହୁଲ।

ଚଳିତ ନିର୍ବାଚନରେ ୱାୟନାଡ ଲୋକସଭା ଆସନରୁ ବି ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ୱାୟନାଡ ନିର୍ବାଚନୀ ସଭାରେ କେନ୍ଦ୍ର ସରକାରଙ୍କୁ ଜୋରସୋର ବର୍ଷିଛନ୍ତି ସେ । ରାହୁଲ କହିଛନ୍ତି, ‘‘ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କ ପରି ନୁହେଁ । ମୁଁ ଏଠାରୁ ମିଥ୍ୟା ପ୍ରତିଶୃତି ଦେବାକୁ ଆସିନାହିଁ । କାହିଁକି ନା ମୁଁ ଆପଣଙ୍କ ବୁଦ୍ଧିମତ୍ତାକୁ ସମ୍ମାନ କରେ। ଦୁଇପଦ କଥା କହି ନିଜର କରିବାକୁ ଆସିନାହିଁ, ସବୁଦିନ ପାଇଁ ଆପଣଙ୍କ ସହ ସମ୍ପର୍କ ଯୋଡିବାକୁ ଆସିଛି ।’'

ABOUT THE AUTHOR

...view details