ଓଡିଶା

odisha

ETV Bharat / bharat

ଋଣନୀତି ପ୍ରସ୍ତୁତ କରୁଛି କଂଗ୍ରେସର ସଂସଦୀୟ ବୈଠକ

ନୂଆଦିଲ୍ଲୀ ଠାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସ ଭବନରେ ସଂସଦୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତି କରିଛି ଦଳ।

By

Published : Jun 18, 2019, 3:13 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ନୂତନ ଦଳୀୟ ଋଣନୀତି ପ୍ରସ୍ତୁତ ପାଇଁ ମଙ୍ଗଳବାର କଂଗ୍ରେସ ସଂସଦୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଜୟରାମ ରମେଶ, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ପି.ଚିଦାମ୍ବରମ୍, ଆନନ୍ଦ ଶର୍ମାଙ୍କ ଭଳି ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏଥିରେ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ବିରୋଧି ଦଳ କିମ୍ବା କୌଣସି ନେତାଙ୍କ ଉପରେ ଆଲୋଚନା ହୋଇ ନଥିବା ନେଇ କହିଛନ୍ତି ସାଂସଦ ଅଧିର ରଞ୍ଜନ ଚୌଧୁରୀ। ସଂସଦରେ କଂଗ୍ରେସ ନେତା କିଏ ହେବ ତାହା ଉପରେ ରହିଛି ସଭିଙ୍କ ନଜର। ତେବେ ସଂଖ୍ୟା ଗରିଷ୍ଠତା ନଥିବା ଯୋଗୁଁ ଏଥର କଂଗ୍ରେସକୁ ବିରୋଧି ଦଳ ନେତା ପଦ ମିଳି ନ ପାରେ । ସୁତ୍ର ଅନୁସାରେ, ବର୍ତ୍ତମାନ ମନୀଷ ତିୱାରୀ, ଶଶି ଥରୁର୍ ଓ ଅଧିର ରଞ୍ଜନ ଚୌଧୁରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏମାନଙ୍କ ଭିତରୁ ମନିଷ ତିୱାରୀ ଆଗରେ ରହିଛନ୍ତି ।

ABOUT THE AUTHOR

...view details