ଓଡିଶା

odisha

By

Published : Aug 3, 2020, 2:02 PM IST

ETV Bharat / bharat

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କୋରୋନା ଆକ୍ରାନ୍ତ

କୋରୋନା ଆକ୍ରାନ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ । ଏନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି। ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ ହେଲେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍
କୋରୋନା ଆକ୍ରାନ୍ତ ହେଲେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍

ଚେନ୍ନାଇ: କୋରୋନା ଆକ୍ରାନ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍। ତାଙ୍କ ମଧ୍ୟରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ ଆସିଛି। ଏନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି। ଟ୍ବିଟର ମାଧ୍ୟମରେ ସେ କୋରୋନା ଆକ୍ରାନ୍ତ ହୋଇଥିବା ସୁନିଶ୍ଚିତ କରିଥିଲେ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ହୋମ- କ୍ବାରେଣ୍ଟାଇନରେ ଅଛନ୍ତି ବୋଲି ସେ କହିଛନ୍ତି ।

ଏହା ସହ ଯେଉଁମାନେ ତାଙ୍କ ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କୁ ମେଡିକାଲ୍ ପ୍ରୋଟୋକଲ୍ ଅନୁସରଣ କରିବାକୁ ଅନୁରୋଧ କରୁଛି ବୋଲି ଲେଖିଛନ୍ତି ସାଂସଦ କାର୍ତ୍ତି ଚିଦାମ୍ବରମ୍ । କାର୍ତ୍ତି ଚିଦାମ୍ବରମଙ୍କ ପୂର୍ବରୁ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କୋରୋନା ପାଇଁ ପଜିଟିଭ ପରୀକ୍ଷା କରିଥିଲେ। ତାଙ୍କ ମଧ୍ୟରେ କୋରୋନାର ଲକ୍ଷଣ ନଥିବା ସହ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।

ବର୍ତ୍ତମାନ ଚେନ୍ନାଇର କୌଭେରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ଖବର ମିଳିଛି।

@ ANI

ABOUT THE AUTHOR

...view details