ଓଡିଶା

odisha

ETV Bharat / bharat

କଂଗ୍ରେସ ବିଧାୟକଙ୍କ ବଡପଣ, ଜନ୍ମଦିନରେ ଦାନ କରିବେ ଅଙ୍ଗପ୍ରତ୍ୟଙ୍ଗ

ନିଆରା ଢଙ୍ଗରେ ଜନ୍ମଦିନ ପାଳନ । କେକ୍ କାଟିକି ବା ଭୋଜି ଭାତରେ ନୁହେଁ, ବରଂ ନିଜର ଶରୀରର ମୂଲ୍ୟବାନ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ବଳାଇଛନ୍ତି କଂଗ୍ରେସ ବିଧାୟକ ।

By

Published : Jul 27, 2019, 3:02 PM IST

ଫଟୋ ସୌଜନ୍ୟ: ଏଏନଆଇ


ଗୌହାଟୀ: ଜନ୍ମଦିନ ପାଳନ କରିବା ଏବେ ଏକ ଫ୍ୟାସନରେ ପରିଣତ ହୋଇଗଲାଣି । କିଏ କେକ କାଟି ସେଲିବ୍ରେସନ କରୁଛି ତ ଆଉ କିଏ ଏହାକୁ ସ୍ମରଣୀୟ କିରବାକୁ ଅନ୍ୟ କିଛି ଉପାୟ ଆପଣାଉଛି । କିନ୍ତୁ ଆସାମ ମାରିଆନୀର କଂଗ୍ରେସ ବିଧାୟକ ରୁପ୍ୟଜ୍ୟୋତି କୁରାମି ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

ସେ ନିଜର 42 ତମ ଜନ୍ମଦିବସରେ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିବା ସହ ନିଜ ଦରମାରୁ 1 ଲକ୍ଷ ଟଙ୍କା ଦାନ କରିବାକୁ କହିଛନ୍ତି । ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କାରେ ଏକ ଏୟାର ଆମ୍ବୁଲାନ୍ସ କ୍ରୟ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

" ଜୁଲାଇ 24 ରେ ମୋର 42 ତମ ଜନ୍ମଦିବସ ଥିଲା । ଏହିଦିନ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ଯେପରିକି କିଡନୀ, ଲିଭର ଓ ଆଖି ଦାନ କରିବା ଏକ ଗୌରବର କଥା" ବୋଲି କଂଗ୍ରେସ ନେତା ରୁପ୍ୟଜ୍ୟୋତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆସାମ ଜିଲ୍ଲାର 400 କିମି ଦୂରରେ ଅବସ୍ଥିତ ଗାଁରୁ କୌଣସି ରୋଗୀକୁ କିଡନୀ ଓ ଲିଭର ଦରକାର ଅଛି । କିନ୍ତୁ ଏବେ ସୁଦ୍ଧା ଆସାମରେ ଏପରି ଉନ୍ନତଜ୍ଞାନକୌଶଳର ପ୍ରତିଷ୍ଠା କରାଯାଇନାହିଁ ଯାହାଦ୍ବାରା ରୋଗୀ ଶୀଘ୍ର ଉପକୃତ ହେବା ସହ ଏହି ସବୁ ଅର୍ଗାନ ପାଇପାରିବେ। ତେଣୁ ଆସାମରେ ଏକ ଏୟାର ଆମ୍ବୁଲାନ୍ସର ଆବଶ୍ୟକତା ରହିଥିବା ବିଧାୟକ କହିଛନ୍ତି । ସେ ଏଥିପାଇଁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବାକି ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିବେ ବୋଲି ସେ ଆଶା ରଖିଛନ୍ତି ।

ABOUT THE AUTHOR

...view details