ଓଡିଶା

odisha

ETV Bharat / bharat

ପିପିଇ କିଟ୍‌ ପିନ୍ଧି ଭୋଟ ଦେଲେ କୋରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ

କୋରୋନା ଭାଇରସର ପ୍ରକୋପ ମଧ୍ୟ ଜଣେ ବିଧାୟକଙ୍କୁ ମତଦାନ କରିବାରୁ ରୋକି ପାରିନାହିଁ । ସେ ପିପିଇ କିଟ୍‌ ପିନ୍ଧି ଭୋପାଳ ସ୍ଥିତ ବିଧାନସଭାରେ ମଦତାନ ପାଇଁ ପହଞ୍ଚିଛନ୍ତି ।

By

Published : Jun 19, 2020, 5:15 PM IST

Updated : Jun 19, 2020, 5:46 PM IST

ପିପିଇ କିଟ୍‌ ପିନ୍ଧି ମତଦାନ କଲେ କଂଗ୍ରେସ ବିଧାୟକ
ପିପିଇ କିଟ୍‌ ପିନ୍ଧି ମତଦାନ କଲେ କଂଗ୍ରେସ ବିଧାୟକ

ଭୋପାଳ: ଦେଶର ୮ ରାଜ୍ୟର ୧୯ଟି ରାଜ୍ୟସଭା ଆସନ ଲାଗି ଶୁକ୍ରବାର ମତଦାନ ଜାରି ରହିଛି। ମଧ୍ୟପ୍ରଦେଶରେ ମଧ୍ୟ ୩ଟି ଆସନ ପାଇଁ ମତଦାନ ହେଉଛି। ତେବେ ଇତି ମଧ୍ୟରେ ମଧ୍ୟ ପ୍ରଦେଶରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ କୋରୋନା ଭାଇରସର ପ୍ରକୋପ ମଧ୍ୟ ଜଣେ ବିଧାୟକଙ୍କୁ ମତଦାନ କରିବାରୁ ରୋକି ପାରିନାହିଁ । ସେ ପିପିଇ କିଟ୍‌ ପିନ୍ଧି ଭୋପାଳ ସ୍ଥିତ ବିଧାନସଭାରେ ମଦତାନ ପାଇଁ ପହଞ୍ଚିଛନ୍ତି ।

ପିପିଇ କିଟ୍‌ ପିନ୍ଧି ଭୋଟ ଦେଲେ କୋରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ

ସୂଚନା ମୁତାବକ, କଂଗ୍ରେସ ବିଧାୟକ କୁଣାଳ ଚୌଧୁରୀ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଦିନ ୧ଟା ସମୟରେ କଂଗ୍ରେସ ବିଧାୟକ କୁଣାଲ ଚୌଧୁରୀ ପିପିଇ କିଟ୍‌ ପିନ୍ଧି ମତଦାନ କରିବାକୁ ବିଧାନସଭା ଭବନରେ ପହଞ୍ଚିଥିଲେ। ପ୍ରାୟ 205 ବିଧାୟକ ମତଦାନ କରିସାରିବା ପରେ ଶେଷରେ ସେ ମତଦାନ କରିଥିଲେ । ସେ ସଦନକୁ ପିପିଇ କିଟ୍‌ ପିନ୍ଧି ଆସିଥିଲେ । ତାଙ୍କ ହାତରେ କେବଳ ମୋବାଇଲ ଫୋନ ଥିଲା । ତେବେ ସଦନରେ ପହଞ୍ଚି ସେ ମତଦାନ କରିବା ସମୟରେ ସେଠାରେ ଉପସ୍ଥିତ ଅନ୍ୟାନ୍ୟ ଲୋକ ତାଙ୍କଠାରୁ ସାମାଜିକ ଦୂରତ୍ବ ଅବଲମ୍ବନ କରିଥିଲେ ।

ତେବେ ଏନେଇ ବିଧାୟକ ଚୌଧୁରୀ କହିଛନ୍ତି, ଜୁନ 6 ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାର 4 ଦିନ ପରେ ତାଙ୍କର କୋରୋନା ପରୀକ୍ଷଣ ହୋଇଥିଲା । ଜୁନ 12 ତାରିଖରେ ସେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ସେ ମଧ୍ୟାହ୍ନ 12ଟା 45 ସମୟରେ ଏକ ଆମ୍ବୁଲାନ୍ସରେ ବିଧାନସଭା ପହଞ୍ଚିଥିଲେ । ସେ ପିପିଇ କିଟ ପିନ୍ଧିଥିବା ସତ୍ବେ ଲୋକେ ତାଙ୍କୁ ଦେଖି ଭୟଭୀତ ହୋଇଥିଲେ । ସେ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ହସ୍ପିଟାଲ ଫେରିଯାଇଥିଲେ ।

ଅନ୍ୟପକ୍ଷରେ କରୋନା ସଂକ୍ରମିତ ବ୍ୟକ୍ତିମାନେ ନିଜକୁ ପୃଥକ କରି ସମାଜଠାରୁ ଦୂରେଇ ରଖିବା ନିୟମ ରହିଥିଲେ ବି ମତଦାନ କରିବା ସକାଶେ ବିଧାୟକ ସଙ୍ଗରୋଧ ନିୟମ ଭଙ୍ଗ କରିଛନ୍ତି ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି । ବିଧାୟକ ନିଜ ମତଦାନ ଦେଇ ସେଠାରୁ ଫେରିବା ପରେ ସଂପୃକ୍ତ ସ୍ଥାନକୁ ସାନିଟାଇଜର୍‌ ପକାଯାଇ ବିଶୁଦ୍ଧିକରଣ କରାଯାଇଛି।

Last Updated : Jun 19, 2020, 5:46 PM IST

ABOUT THE AUTHOR

...view details