ଓଡିଶା

odisha

ETV Bharat / bharat

ରାଜଘାଟରେ କଂଗ୍ରେସର ଧାରଣା

ସିଏଏ ପ୍ରତ୍ୟାହାର ଦାବିରେ ରାଜଘାଟରେ ଗର୍ଜନ କରୁଛି କଂଗ୍ରେସ। ଯେଉଁଥିରେ ସାମିଲ ଅଛନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତା।

PHOTO
Congress leaders at Raj Ghat

By

Published : Dec 23, 2019, 5:32 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିଚଳିତ ହୋଇପଡିଛି କଂଗ୍ରେସ। ଯେନତେନ ପ୍ରକାରେ କିପରି ଏହାକୁ ପ୍ରତ୍ୟାହାର କରାଯାଇ ପାରିବ ସେ ନେଇ ଅଭିଯାନ ଚଳାଇଛି ଦଳ। ଆଶା ରଖିଛି ବୁଡିଯାଉଥିବା ରାଜନୈତିକ ଡଙ୍ଗାକୁ ସିଏଏ ହିଁ ଉଦ୍ଧାର କରିବ। ଆଇନକୁ ନେଇ ସାରା ଦେଶରେ ଯେଉଁଭଳି ଭାବେ ନିଆଁ ଜଳୁଛି ସେଥିରୁ କଂଗ୍ରେସ ଦେଶର ସ୍ବାର୍ଥ ଅପେକ୍ଷା ରାଜନୈତିକ ସ୍ବାର୍ଥକୁ ବେଶୀ ପ୍ରାଧାନ୍ୟ ଦେଇଛି।


ଆଜି ପୁଣି ଥରେ ସିଏଏ ବିରୋଧରେ ଦଳ ଦିଲ୍ଲୀସ୍ଥିତ ରାଜଘାଟରେ 6 ଘଣ୍ଟିଆ ଧାରଣା ଦେଇଛି। ଅପରାହ୍ନ 2ଟାରୁ ରାତି 8ଟା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ। ଏଥିରେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ସମେତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସୋନିଆ ଗାନ୍ଧୀ ଯୋଗ ଦେଇଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଧାରଣା ଦେବା, ପ୍ରତିବାଦ କରିବା ସମସ୍ତ ନାଗରିକଙ୍କ ଅଧିକାର ଅଛି। ହେଲେ ସାମ୍ପ୍ରତିକ ସମୟରେ ପ୍ରତିବାଦର ନାରା ଦେଇ ଜାତୀୟ ସମ୍ପତ୍ତିକୁ ଯେଉଁଭଳି ଭାବେ ପୋଡାଜଳ କରିବା ସହ ନଷ୍ଟ କରାଯାଉଛି ଏହାର ପ୍ରତିବାଦ କରିବା ପରିବର୍ତ୍ତେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହୁଛନ୍ତି ସାରା ଦେଶର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲୁଛି। ଯେଉଁଥିରୁ କୁହାଯାଇପାରେ କଂଗ୍ରେସ ଜାତୀୟ ସ୍ବାର୍ଥ ଅପେକ୍ଷା, ଦଳୀୟ ସ୍ବାର୍ଥ ହାସଲ ପାଇଁ ଧାରଣା ଦେଉଛି।

ABOUT THE AUTHOR

...view details