ଓଡିଶା

odisha

ETV Bharat / bharat

ମେ 3 ଯାଏଁ ଲକ୍ ଡାଉନ୍ ବଢାଇଲେ ମୋଦି, କଂଗ୍ରେସ ଉଠାଇଲା ପ୍ରଶ୍ନ

ମେ 3 ପର୍ଯ୍ୟନ୍ତ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ପରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏନେଇ ପ୍ରଶ୍ନ ଉଠାଇଛନ୍ତି।

congress leader surjewala
ମେ 3 ଯାଏଁ ଲକ୍ ଡାଉନ୍

By

Published : Apr 14, 2020, 4:02 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍ ଡାଉନର ଅବଧି ବଢାଇଛନ୍ତି । ମେ 3 ପର୍ଯ୍ୟନ୍ତ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିବ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ମେ 3 ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସତର୍କ ରହିବା ଜରୁରୀ ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ପରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ, କୋରୋନା ସଂକ୍ରମଣର ମୁକାବିଲା ପାଇଁ ଅନେକ କାର୍ଯ୍ୟ କରାଯାଉଛି, କିନ୍ତୁ ଏହାର ମୁକାବିଲା ପାଇଁ ରୋଡମ୍ୟାପ କ’ଣ ?

ସେ ଏହା ମଧ୍ୟ କହିଛନ୍ତି ଯେ, ‘ଦେଶ 21 ଦିନିଆ ଲକ୍ ଡାଉନ୍ ମାନିଥିଲା ଓ ଏହି 20 ଦିନିଆ ଲକ୍ ଡାଉନକୁ ବି ମାନିବ । ମାତ୍ର କେବଳ ଦେଶବାସୀଙ୍କୁ ସଚେତନ କରିବା ନେତୃତ୍ବ ନୁହେଁ ବରଂ ସରକାର ଓ ଶାସକର ଜନତାଙ୍କ ପ୍ରତି ଦାୟିତ୍ବ ରହିବା ଜରୁରୀ ’।

ABOUT THE AUTHOR

...view details