ନୂଆଦିଲ୍ଲୀ: ଦେଶର ଜିଡିପି ହ୍ରାସ ପାଇବାକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ କେନ୍ଦ୍ରକୁ କଡା ସମାଲୋଚନା । ଦେଶର ଆର୍ଥିକ ବ୍ୟବସ୍ଥା ଦିନକୁ ଦିନ ତଳକୁ ଖସୁଥିବା ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସେ। ଆଉ ଦେଶର ଏଭଳି ସ୍ଥିତି ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମହାସଚିବ।
ସେ ଟ୍ବିଟରରେ କହିଛନ୍ତି, ଦେଶର ବିକାଶ ଧାରା ସ୍ପଷ୍ଟ ଦେଖାଯାଉଛି । ‘ଆଚ୍ଛେ ଦିନ’ ର ନାରା ଦେଉଥିବା ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପମ୍ପଚର କରିଦେଇଛନ୍ତି । ନା ଜିଡିପିର ବୃଦ୍ଧି ହେଉଛି, ନା ରୋଜଗାର ମିଳୁଛି । ତେବେ ଦେଶର ଏଭଳି ସ୍ଥିତି ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।