ଓଡିଶା

odisha

ETV Bharat / bharat

ଚୀନକୁ ପ୍ରଧାନମନ୍ତ୍ରୀ ଖୋଲା ଖୋଲି ଭାବେ ନିନ୍ଦା କରନ୍ତୁ: କପିଲ ଶିବଲ - ପ୍ରଧାନମନ୍ତ୍ରୀ ମୋଦି

କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରି କଣ କହିଲେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ପଢନ୍ତୁ...

kapil sibal
ଚୀନକୁ ପ୍ରଧାନମନ୍ତ୍ରୀ ମୋଦି ଖୋଲା ଖୋଲି ଭାବେ ନିନ୍ଦା କରନ୍ତୁ

By

Published : Jun 27, 2020, 5:50 PM IST

ନୂଆଦିଲ୍ଲୀ: ଆମ ସୀମାକୁ ଅନୁପ୍ରବେଶ କରି କିଛି ଅଞ୍ଚଳ କବଜା କରିଥିବା ଚୀନକୁ ପ୍ରଧାନମନ୍ତ୍ରୀ ମୋଦି ଖୋଲା ଖୋଲି ଭାବେ ନିନ୍ଦା କରନ୍ତୁ ଏବଂ ଚୀନ ସେନାକୁ ପଛକୁ ହଟାଯିବ ବୋଲି ଦେଶବାସୀଙ୍କୁ ଆଶ୍ବସନା ଦିଅନ୍ତୁ ବୋଲି କଂଗ୍ରେସ କହିଛି । ଦଳର ବରିଷ୍ଠ ନେତା କପିଲ ଶିବଲ କହିଛନ୍ତି ଯେ ଭାରତର ଏକ ଇଞ୍ଚ ଜମି ମଧ୍ୟ ଚୀନ ଦଖଲ କରିବା ଉଚିତ ନୁହେଁ। ନିଜ ସୀମାକୁ ରକ୍ଷା କରିବା ପାଇଁ ସାରା ଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଛିଡା ହୋଇଛି ।

ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶିବଲ ଏହା ମଧ୍ୟ କହିଛନ୍ତି ଯେ, ମୋତେ ଲାଗୁନି କୂଟନୈତିକ ତଥା ଅର୍ଥନୈତିକ ପଦକ୍ଷେପ ମାଧ୍ୟମରେ ଏହି ପ୍ରସଙ୍ଗରେ ସଫଳତା ହାସଲ କରାଯିବ । ତେବେ ସେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଛନ୍ତି କି ବୋଲି ପଚରାଯିବାରୁ ସେ କହିଛନ୍ତି, ମୁଁ ସାମରିକ କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଉନାହିଁ। ମୁଁ କେବଳ ଶୀଘ୍ର ତଦନ୍ତ ତଥା ଶୀଘ୍ର ସମାଧାନର କଥା କହୁଛି । ତେବେ ନିଷ୍ପତ୍ତି ତ ସରକାର ନେବେ ବୋଲି କପିଲ ଶିବଲ କହିଛନ୍ତି ।

ସେ ଭିଡିଓ ଲିଙ୍କ୍ ମାଧ୍ୟମରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇ କହିଛନ୍ତି, ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ କହିଛନ୍ତି ଆମ ସୀମାରେ କେହି ପ୍ରବେଶ କରିନାହାଁନ୍ତି କିମ୍ବା ଆମର କୌଣସି ପୋଷ୍ଟ କାହା କବଜାରେ ନାହିଁ । କିନ୍ତୁ ଅନେକ ପ୍ରତିରକ୍ଷା ବିଶେଷଜ୍ଞ ଉପଗ୍ରହ ମାଧ୍ୟମରେ ନେଇଥିବା ଫଟୋ ଦେଖି ଅଲଗା କଥା କହୁଛନ୍ତି ।

ତେବେ ଶିବଲ ଦାବି କରିଛନ୍ତି ଯେ, ଚୀନ୍ ସେନାମାନେ ଗଲୱାନ ଘାଟିର ଅନେକ ଅଂଶ ଦଖଲ କରିଛନ୍ତି। ଏହା ପ୍ରଥମ ଥର ଯେ ଚୀନ ସମଗ୍ର ଗଲୱାନ ଘାଟିକୁ ଦାବି କରିଛି । ରଣନୀତି ରୂପରେ ମହର୍ତ୍ତ୍ବପୂର୍ଣ୍ଣ ସ୍ଥାନ ୱାଇ ଜଙ୍କସନରେ ଚୀନ୍ ସେନାମାନେ ଦଖଲ କରିଛନ୍ତି । ଯେଉଁ ସ୍ଥାନରେ ଆମର ସେନାମାନେ ଶହୀଦ ହୋଇଥିଲେ ସେହି ସ୍ଥାନରେ ଚୀନ୍ ସେନାମାନେ ଟେଣ୍ଟ ପକାଇ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରିଛନ୍ତି ।

ABOUT THE AUTHOR

...view details