ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କଂଗ୍ରେସ ସାଂସଦଙ୍କ ଦାବି

ପଶ୍ଚିମବଙ୍ଗରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇ ପଡୁଛି । ଏହାର ପ୍ରତିକାର ପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ପଶ୍ଚିମବଙ୍ଗ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ।

ଫାଇଲ ଫଟୋ

By

Published : Oct 11, 2019, 3:19 PM IST

କୋଲକାତା: ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର କାର୍ଯ୍ୟକର୍ତ୍ତା ଓ ତାଙ୍କ ପରିବାରର ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ରହିଛି । ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ବେଳେ ଏହାକୁ ନେଇ ସବୁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରୁଛନ୍ତି । ଏପରି ସ୍ଥିତିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବା ଉଚିତ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଏନେଇ ସେ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି। ଯଦି ଏପରି ସ୍ଥିତି ଜାରି ରହିବ ତେବେ କେନ୍ଦ୍ର ଚାହିଁଲେ ରାଷ୍ଟ୍ରପତି ଶାସ ଲାଗୁ କରିପାରିବ । ରାଜ୍ୟରେ ବିଜେପି ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କରୁଥିବା ବେଳେ କେନ୍ଦ୍ରରେ ଉଭୟ ବିଜେପି ଓ ଟିଏମସି ବନ୍ଧୁ ପରି ବ୍ୟବହାର କରୁଥିବା ଚୌଧୁରୀ କହିଛନ୍ତି।

ଅନ୍ୟପକ୍ଷେ ଯେବେଠାରୁ ଦିଲ୍ଲୀରେ ମୋଦିଙ୍କ ସହ ମମତାଙ୍କ ସାକ୍ଷାତ ହୋଇଛି ସେବେ ଠାରୁ ଦୁଇ ଦଳ ମଧ୍ୟରେ କୌଣସି ବୁଝାମଣା ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ABOUT THE AUTHOR

...view details