ଓଡିଶା

odisha

ETV Bharat / bharat

ବିଜେପିକୁ ସାଲ୍ୟୁଟ କଲେ କଂଗ୍ରେସ ସାଂସଦ - party

ହାରିବା ପରେ ଆତ୍ମସମୀକ୍ଷାରେ କଂଗ୍ରେସ । ଦଳର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ବିଜୟୀ ପ୍ରାର୍ଥୀ ଗୌରବ ।

ଫଟୋ ସୌଜନ୍ୟ: ଟ୍ବିଟର@GauravGogoiAsm

By

Published : May 25, 2019, 11:01 AM IST

ନୂଆଦିଲ୍ଲୀ: ପରାଜୟ ପରେ ଏବେ କଂଗ୍ରେସରେ ଚାଲିଛି ମାନସ ମନ୍ଥନ । କାହିଁକି ଦଳ ହାରିଲା ? କାହିଁକି କଂଗ୍ରେସକୁ ଜନତା ବିଶ୍ବାସକୁ ନେଲେ ନାହିଁ ? ତାକୁ ନେଇ ତର୍ଜମା ଚାଲିଛି । ଆଜି CWC ବୈଠକ ମଧ୍ୟ ବସିବ । ଆଉ ଏଭଳି ସମୟରେ କଂଗ୍ରେସ ନେତା ଗୌରବ ଗୋଗେଇ ବିଜେପିକୁ ସାଲ୍ୟୁଟ କରିଛନ୍ତି ।

ଗୋରବ ଏଥର ମଧ୍ୟ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ସତ, ହେଲେ ଦଳର ପରାଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଦେଶର ନାଡି ମାପିବାରେ କଂଗ୍ରେସ ଫେଲ ମାରିଛି । ଫଳ ସ୍ବରୂପ ଲୋକସଭା ନିର୍ବାଚନରେ ଦଳକୁ ବିପର୍ଯ୍ୟୟ ସାମ୍ନା କରିବାକୁ ପଡିଛି ବୋଲି ସେ କହିଛନ୍ତି । (निश्चित तौर पर कांग्रेस देश का नब्ज टटोलने में नाकाम रही, जिसका खामियाजा लोकसभा चुनाव मे भुगतना पड़ा.") ।

ଗୌରବ ଆହୁରି ମଧ୍ୟ କହିଛନ୍ତି, ଜନତା ବିଜେପିକୁ ବହୁମତ ଦେଇ ଏକଥା ସ୍ପଷ୍ଟ କରିଛନ୍ତି ଯେ ପୁଣିଥରେ ସେମାନେ ଉକ୍ତ ଦଳକୁ ସରକାରରେ ଦେଖିବାକୁ ଚାହୁଁଛନ୍ତି । ବିଜେପିର ଏହି ବିଜୟକୁ ସ୍ୟାଲୁଟ କରିଛନ୍ତି ଗୌରବ । ନିର୍ବାଚନ ସରିଲା, ଏବେ ଦେଶ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ଦେବାର ସମୟ ବୋଲି ସେ କହିଛନ୍ତି ।

କହି ରଖୁଛୁ, 2019 ନିର୍ବାଚନରେ ମାତ୍ର 52ଟି ସିଟ ପାଇବାରେ ସକ୍ଷମ ହୋଇଛି କଂଗ୍ରେସ । ଏହାରି ମଧ୍ୟରେ ଆସମର କଲିଆବୋର ଆସନ ଅନ୍ୟତମ । ଯେଉଁଠି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଅ ଗୌବର ବିଜୟୀ ହୋଇଛନ୍ତି । 2014ରେ ମଧ୍ୟ ସେ ଏହି ଆସନରୁ ବିଜୟୀ ହୋଇଥିଲେ ।

For All Latest Updates

ABOUT THE AUTHOR

...view details