ଓଡିଶା

odisha

ETV Bharat / bharat

କଂଗ୍ରେସ ନେତା ଡିକେ ଶିବକୁମାର ଗିରଫ

ଅର୍ଥ ହେରଫେର(ମନି ଲଣ୍ଡ୍ରିଂ) ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି।

By

Published : Sep 3, 2019, 9:41 PM IST

Updated : Sep 3, 2019, 11:40 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଅର୍ଥ ହେରଫେର (ମନି ଲଣ୍ଡ୍ରିଂ) ମାମଲାରେ ଗିରଫ ହେଲେ ଆଉ ଜଣେ କଂଗ୍ରେସ ନେତା । ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି । ଦଳର ସଙ୍କଟ ମୋଚକଙ୍କୁ ଇଡି ଗତ କିଛି ଦିନ ଧରି ଜେରା କରୁଥିଲା ।

ମନି ଲଣ୍ଡ୍ରିଂ ମାମଲାରେ ଶିବକୁମାରଙ୍କୁ ସୋମବାର ତୃତୀୟଥର ପାଇଁ ଇଡି ଜେରା କରିଥିଲା । ଏହା ପୂର୍ବରୁ ଶୁକ୍ରବାର ଏବଂ ଶନିବାର ମଧ୍ୟ 13 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଇଡି ତାଙ୍କୁ ପଚରାଉଚରା କରିଥିଲା। ଗୁରୁବାର କର୍ଣ୍ଣାଟକ ହାଇକୋର୍ଟ ଇଡିର ସମନକୁ ଚ୍ୟାଲେଞ୍ଜ କରିଥିବା ଶିବକୁମାରଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ପରେ ତାଙ୍କୁ ଇଡି ସାମ୍ନାରେ ହାଜର ହେବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ ଯେ, ଶିବକୁମାର 2016 ରେ ହୋଇଥିବା ନୋଟବନ୍ଦୀ ପରଠାରୁ ଆୟକର ବିଭାଗ ଏବଂ ଇଡିର ନଜରରେ ଅଛନ୍ତି । 2017 ରେ ତାଙ୍କର ନୂଆ ଦିଲ୍ଲୀ ସ୍ଥିତ ଫ୍ଲାଟରେ ଆୟକର ବିଭାଗ ଚଢାଉ କରି 8.59 କୋଟି ଟଙ୍କା ଜବତ କରିଥିଲା । ଏହାପରେ ଆୟକର ବିଭାଗ କଂଗ୍ରେସ ନେତା ଶିବକୁମାର ଏବଂ ତାଙ୍କର 4 ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେପଟେ ଆୟକର ବିଭାଗର ଅଭିଯୋଗ ଆଧାରରେ ଇଡି ଶିବକୁମାରଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିଲା।

Last Updated : Sep 3, 2019, 11:40 PM IST

ABOUT THE AUTHOR

...view details