ଓଡିଶା

odisha

ETV Bharat / bharat

‘ଭୌଗୋଳିକ ସ୍ଥିତି ଅନୁସାରେ କାଶ୍ମୀର ଭାରତର, ମାତ୍ର ଭାବନାତ୍ମକ ରୂପରେ ନୁହେଁ’ - ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ । କାଶ୍ମୀର ଭୌଗୋଳିକ ଅବସ୍ଥିତି ଅନୁସାରେ ଭାରତ ସହ ରହିଛି ମାତ୍ର ଭାବନାତ୍ମକ ରୂପରେ ନୁହେଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

adhir ranjan chowdhury
adhir ranjan chowdhury

By

Published : Feb 7, 2020, 1:13 PM IST

ନୂଆଦିଲ୍ଲୀ: ନିଜର ବିବାଦୀୟ, ବିତର୍କିତ ବୟାନବାଜିରେ ସର୍ବଦା ଚର୍ଚ୍ଚାର ପରିସରକୁ ଆସନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ତୁଣ୍ଡ ଖୋଲିଲେ ବିବାଦୀୟ, କଟୁ ମନ୍ତବ୍ୟ ଦେବାରେ ମାହିର ଅଧୀର । ପୁଣି ଥରେ ଆପତ୍ତିଜନକ ବୟାନ ଦେଇଛନ୍ତି । କାଶ୍ମୀର ଭୌଗୋଳିକ ଅବସ୍ଥିତି ଅନୁସାରେ ଭାରତ ସହ ରହିଛି ମାତ୍ର ଭାବନାତ୍ମକ ରୂପରେ ନୁହେଁ । ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଓ ମେହବୁବା ମୁଫତିଙ୍କ ବିରୋଧରେ ପିଏସଏ (ଜନ ସୁରକ୍ଷା ଆଇନ)ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟାରେ ଏଭଳି କହିଛନ୍ତି ଅଧୀର ।

ଫଟୋ ସୌଜନ୍ୟ: ଏଏନଆଇ

ଅଧୀର ରଞ୍ଜନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଂସଦର ଓମାର ଅବଦ୍ଦୁଲା ଓ ମେହବୁବା ମୁଫତିଙ୍କ ବିଷୟରେ ଟିପ୍ପଣୀ କରିବା ସହ ରାତିରେ ତାଙ୍କ ଉପରେ PSA ଆକ୍ଟ ଲଗାଇଥିଲେ । ଆପଣ ଏହିଭଳି ଭାବରେ କାଶ୍ମୀର ଉପରେ ରାଜ କରିପାରିବେ ନାହିଁ । କାଶ୍ମୀର ଭୌଗୋଳିକ ଅବସ୍ଥିତି ଅନୁସାରେ ଭାରତର ମାତ୍ର ଭାବନାତ୍ମକ ରୂପରେ ଭାରତର ନୁହେଁ ବୋଲି ସେ ଟ୍ବିଟ କରିଛନ୍ତି ।

ସୌଜନ୍ୟ: ANI

ABOUT THE AUTHOR

...view details