ଓଡିଶା

odisha

ETV Bharat / bharat

ଛିଣ୍ଡୁନି ଅଙ୍କ ମିଶୁନି ମନ: ଆଜି ରାହୁଲ-ଦେବଗୌଡା ସାକ୍ଷାତ - Election 2019

ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସମର୍ଥନରେ ଶାସକ ଜେଡିଏସ କ୍ଷମତାରେ ଥିବାବେଳେ ଆଗାମୀ ଲୋକସଭା ନିର୍ବାଚନରେ ଉଭୟ କେତେ ଆସନରେ ଲଢିବେ ତାହା ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଆସନ ବୁଝାମଣାକୁ ନେଇ କଂଗ୍ରେସ-ଜେଡିଏସ ମଧ୍ୟରେ ଆଗରୁ ଆଲୋଚନା ହୋଇସାରିଥିଲେ ମଧ୍ୟ କୌଣସି ଫଳାଫଳ ବାହାରିନାହିଁ।

ଡିଜାଇନ ଫଟୋ

By

Published : Mar 6, 2019, 11:13 AM IST

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖଉଛି ମେଣ୍ଟକୁ ନେଇ ଦଳଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ବିଶେଷ କରି ଆସନ ବୁଝାମଣାକୁ ନେଇ ଚର୍ଚ୍ଚା ଜୋର ଧରୁଛି । ବିଭିନ୍ନ ରାଜ୍ୟରେ ମେଣ୍ଟ ଦଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ କେତେକ ରାଜ୍ୟରେ ଏହା ସ୍ଥିର ହୋଇସାରିଛି । ଏହି ଆସନ ବଣ୍ଟାକୁ ନେଇ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଜେଡିଏସ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁସାରେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହେବ । କର୍ଣ୍ଣାଟକରେ ଆସନ ବୁଝାମଣାକୁ ନେଇ ଉଭୟ ଆଲୋଚନା କରିବେ ବୋଲି ଜଣାପଡିଛି । ଯେତେ ସମ୍ଭବ ଆଜି ଏହା ଉପରେ ଫାଇନାଲ ମୋହର ମରାଯିବାର ଅନେକ ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସମର୍ଥନରେ ଶାସକ ଜେଡିଏସ କ୍ଷମତାରେ ଥିବାବେଳେ ଆଗାମୀ ଲୋକସଭା ନିର୍ବାଚନରେ ଉଭୟ କେତେ ଆସନରେ ଲଢିବେ ତାହା ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଗତ 2014 ଲୋକସଭା ନିର୍ବାଚନରେ ବିଜେପି 17ଟି ସିଟ ଜିତିଥିବାବେଳେ କଂଗ୍ରେସ 9 ଏବଂ ଜେଡିଏସ 2ଟିରେ ସନ୍ତୁଷ୍ଟ ଥିଲେ ।

ତେବେ ଆସନ ବୁଝାମଣାକୁ ନେଇ କଂଗ୍ରେସ-ଜେଡିଏସ ମଧ୍ୟରେ ଆଗରୁ ଆଲୋଚନା ହୋଇସାରିଥିଲେ ମଧ୍ୟ କୌଣସି ଫଳାଫଳ ବାହାରିନାହିଁ । ସୋମବାର ଦିନ ଏହା ଉପରେ ଉଭୟ ଦଳର ବରିଷ୍ଠ ନେତା ଆଲୋଚନା କରିଥିଲେ । ଏଥିପାଇଁ କର୍ଣ୍ଣାଟକରେ ଉଭୟ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା । ମାତ୍ର ଏଥିରେ ମଧ୍ୟ ମନ ମିଶିନଥିଲା କି ଅଙ୍କ ଛିଡିନଥିଲା । କଂଗ୍ରେସର ଚେୟାରମେନ ଅଫ କମିଟି ସିଦ୍ଧରମୈୟା ବୈଠକ ପରେ କହିଥିଲେ ଯେ ଆଗକୁ ଆହୁରି ଆଲୋଚନା ହେବାର ଅଛି । ଏକସପ୍ତାହ ମଧ୍ୟରେ ଏହା ସ୍ଥିର ହେବ ବୋଲି ସେ କହିଥିଲେ ।

କର୍ଣ୍ଣାଟକରେ 28ଟି ଲୋକସଭା ଆସନରୁ କଂଗ୍ରେସ ଓ ଜେଡିଏସ କେତୋଟି ଆସନରେ ପ୍ରାର୍ଥୀ ଦେବେ ତାହା ଆଜି ସ୍ଥିର ହୋଇପାରେ । ଦଳ ହିସାବରେ କଂଗ୍ରେସ ଅଧିକ ଚାହୁଁଥିବାବେଳେ କ୍ଷମତାରେ ଥିବାରୁ ଜେଡିଏସ ମଧ୍ୟ ଅଧିକ ଆଶାରେ ରହିଛି । ଏନେଇ ସୋମବାର ବୈଠକ ପୂର୍ବରୁ ମଧ୍ୟ ଅନେକ ବୈଠକ ହୋଇସାରିଛି କିନ୍ତୁ କୌଣସିଥିରେ ଉଭୟ ଏକମତ ହୋଇପାରିନାହାନ୍ତି । ଏବେ ଦେଖିବାକୁ ବାକି ରହିଲା ଆଜିର ବୈଠକରେ କଣ ସ୍ଥିର ହେଉଛି ।

ABOUT THE AUTHOR

...view details