ଓଡିଶା

odisha

ETV Bharat / bharat

'ଆହତ ସୈନ୍ୟଙ୍କ ପିତାଙ୍କୁ ଧମକାଉଛି କଂଗ୍ରେସ'

ଜଣେ ଯବାନଙ୍କ ପିତା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଶହୀଦଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Jun 21, 2020, 10:06 AM IST

'ଆହତ ସୈନ୍ୟଙ୍କ ପିତାଙ୍କୁ ଧମକାଉଛି କଂଗ୍ରେସ'
'ଆହତ ସୈନ୍ୟଙ୍କ ପିତାଙ୍କୁ ଧମକାଉଛି କଂଗ୍ରେସ'

ନୂଆଦିଲ୍ଲୀ: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚୀନ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷରେ ଆହତ ହୋଇଥିବା ଜଣେ ଜବାନଙ୍କ ପିତା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ କୌଣସି ରାଜନୀତି କରନ୍ତୁ ନାହିଁ । ଏହି ଘଟଣାରେ ଏବେ ଆହତ ଜବାନଙ୍କ ପିତାଙ୍କୁ କଂଗ୍ରେସ ଭୟଭୀତ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା କର୍ଣ୍ଣଲ ରାଜୱର୍ଦ୍ଧନ ସିଂ ରାଠୋର ।

'ଆହତ ସୈନ୍ୟଙ୍କ ପିତାଙ୍କୁ ଧମକାଉଛି କଂଗ୍ରେସ'

ସେ ଟ୍ୱିଟ କରି କହିଛନ୍ତି ଯେ, ଅଲୱାର ଜିଲ୍ଲାର ଜବାନ ସୁରେନ୍ଦ୍ର ସିଂଙ୍କ ପିତା ରାହୁଲ ଗାନ୍ଧୀଙ୍କୁ ଦେଶପ୍ରେମ ପରାମର୍ଶ ଦେଇଛନ୍ତି । ରାଜସ୍ଥାନର ସତସିନ କଂଗ୍ରେସ ପ୍ରଶାସନ ସୁରେନ୍ଦ୍ରଙ୍କ ଘରେ ପହଞ୍ଚିବା ଆରମ୍ଭ କରି ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛି । ତେବେ କଣ ବର୍ତ୍ତମାନ ଆପଣ ଆହତ ଯବାନଙ୍କ ବୃଦ୍ଧ ପିତାଙ୍କୁ ଧମକ ଦେଇ ରାଜନୀତି କରିବେ ବୋଲି ପ୍ରଶ୍ନ କରିଛନ୍ତି ରାଠୋର ।

ଉଲ୍ଲେଖନୀୟ ବିଷୟ ହେଉଛି, ଗୃହମନ୍ତ୍ରୀ ଅମିତ ଶାହ ଆହତ ଯବାନଙ୍କ ପିତାଙ୍କ ଭିଡିଓ ରିଟ୍ୱିଟ କରିଛନ୍ତି । ଯେଉଁଥିରେ ସାହସୀ ସୈନ୍ୟଙ୍କ ପିତା କହୁଛନ୍ତି ଯେ ଭାରତୀୟ ସେନା ଏକ ଶକ୍ତିଶାଳୀ ସେନା। ସେ ଚୀନ ହେଉ କି ଯେକୌଣସି ଦେଶ ଭାରତୀୟ ସେନା ସମସ୍ତ ସେନାକୁ ପରାସ୍ତ କରିପାରିବ। ମୁଁ ରାହୁଲ ଗାନ୍ଧୀଙ୍କୁ ଏହା ଉପରେ ରାଜନୀତି ନକରିବାକୁ କହିବି। ମୋ ପୁଅ ସେନାରେ ଲଢିଛି, ସୁସ୍ଥ ହୋଇ ପୁନର୍ବାର ଭଲ ଯୁଦ୍ଧ କରିବ ।

ଗଲଓ୍ବାନ ଉପତ୍ୟକାରେ ଚୀନ ସୈନ୍ୟଙ୍କ ସହ ସଂଘର୍ଷରେ 20 ଜଣ ସୈନ୍ୟଙ୍କ ଶହୀଦ ହେବାକୁ ନେଇ ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ବର୍ଷିଥିଲେ । ରାହୁଲ ଗାନ୍ଧୀଙ୍କ ଦ୍ବାରା ବାରମ୍ବାର ପ୍ରଶ୍ନ ଉଠିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ସମୟରେ ଆହତ ହୋଇଥିବା ଯବାନଙ୍କ ପିତାଙ୍କ ଏକ ଭିଡିଓ ରିଟ୍ୱିଟ କରିଛନ୍ତି। ଶାହ କହିଛନ୍ତି ଯେ, ଜଣେ ସାହସୀ ସୈନ୍ୟଙ୍କ ପିତାଙ୍କ ଦ୍ବାରା ରାହୁଲଙ୍କ ପାଇଁ ବାର୍ତ୍ତା ସ୍ପଷ୍ଟ ରହିଛି ।

ଶାହ କହିଛନ୍ତି ଯେ ଏପରି ସମୟରେ ଯେତେବେଳେ ସମଗ୍ର ଦେଶ ଏକଜୁଟ ହୋଇଛି । ରାହୁଲ ଗାନ୍ଧୀ ମଧ୍ୟ ଛୋଟ ରାଜନୀତିଠାରୁ ଦୂରେଇ ଉଚ୍ଚକୁ ଉଠିବା ହେବା ଉଚିତ। ଆଉ ଜାତୀୟ ସ୍ୱାର୍ଥ ସହିତ ଦୃଢ ଭାବରେ ଠିଆ ହେବା ଉଚିତ।

ABOUT THE AUTHOR

...view details