ଓଡିଶା

odisha

By

Published : Oct 11, 2020, 9:30 PM IST

ETV Bharat / bharat

କୃଷକଙ୍କୁ ନେଇ ରାଜନୀତି କରୁଛି କଂଗ୍ରେସ: କେନ୍ଦ୍ରମନ୍ତ୍ରୀ

କୃଷକଙ୍କୁ ନେଇ କଂଗ୍ରେସ ରାଜନୀତି କରୁଛି ଅଭିଯୋଗ କରିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ...

କୃଷକଙ୍କୁ ନେଇ କଂଗ୍ରେସ ରାଜନୀତି କରୁଛି: କେନ୍ଦ୍ରମନ୍ତ୍ରୀ
କୃଷକଙ୍କୁ ନେଇ କଂଗ୍ରେସ ରାଜନୀତି କରୁଛି: କେନ୍ଦ୍ରମନ୍ତ୍ରୀ

ଧର୍ମଶାଳା: କୃଷକଙ୍କୁ ନେଇ କଂଗ୍ରେସ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ନିଜର ଗଡ ବଞ୍ଚାଇବା ପାଇଁ ଟ୍ରାକ୍ଟର ରାଲି କରୁଛନ୍ତି ।

କୃଷିବିଲକୁ ନେଇ କଂଗ୍ରେସ ସାରା ଦେଶରେ କୃଷକଙ୍କୁ ନେଇ ଆନ୍ଦୋଳନ କରୁଛି । ପଞ୍ଜାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲିକୁ ତାତ୍ସଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ନିଜ ସିଟ ବଞ୍ଚାଇବା ପାଇଁ ଟ୍ରାକ୍ଟର ରାଲି କରୁଛନ୍ତି । କଂଗ୍ରେସ କେବଳ ନିଜ ରାଜନୈତିକ ସ୍ବାର୍ଥ ସାଧନ ପାଇଁ କୃଷକଙ୍କୁ ସମର୍ଥନ କରୁଛି । ଆସନ୍ତା 2022ରେ ପଞ୍ଜାବ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ରାଜନୀତି କରୁଛି ବୋଲି ସେ କହିଛନ୍ତି ।

ସେହିପରି ଆମେ କୃଷକଙ୍କ ଆୟକୁ ଦୁଇଗୁଣିତ କରିବୁ ଏବଂ ଚାଷୀଙ୍କୁ ସେମାନଙ୍କ ହକ ଏବଂ ସ୍ବାଧୀନତା ପ୍ରଦାନ କରିବୁ ବୋଲି କହିଛନ୍ତି । ଏହା ଆସନ୍ତା ଦିନରେ ପ୍ରମାଣିତ କରି ଦେଖାଇବୁ ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

@ANI

ABOUT THE AUTHOR

...view details